ପ୍ରମୂଖ ଖବର
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

କଟକର କୁହାଣ୍ଡା ଗାଁର କାହାଣୀ, ‘ବୋଉ’ ହାତ ତିଆରି ଟଙ୍କ ତୋରାଣି...

ଭୁବନେଶ୍ୱର,୦୮/୦୭: ଚଳିତ ବର୍ଷ ପୁରୀ ରଥଯାତ୍ରାରେ ବିକ୍ରି ହେଉଛି ଟଙ୍କ ତୋରାଣି । ଏଥିପାଇଁ ପୁରୀ ବଡ଼ ଦାଣ୍ଡରେ ଲାଗିଛି ୩୦ଟା ଷ୍ଟଲ୍‌। କଟକ ଜିଲ୍ଲା ମାହାଙ୍ଗା  ବ୍କ୍‌ କୁହାଣ୍ଡା ଗାଁର ୫୫ ଜଣ ମହିଳା ପ୍ରସ୍ତୁତ କରୁଛନ୍ତି ଏହି ତୋରାଣି । ‘ବୋଉ’ ବ୍ରାଣ୍ଡ୍‌ରେ ବିକ୍ରି ହେଉଥିବା ଏହି ତୋରାଣି ପାଣି ଅରୁଆ ଚାଉଳରେ ପ୍ରସ୍ତୁତ କରାଯାଉଛି । ଏହା ଶରୀରକୁ ଥଣ୍ଡା ରଖିବା ସହ ଓଡ଼ିଶାର ଏହି ପାରମ୍ପରିକ ପାନୀୟକୁ ଏକ ନୂଆ ପରିଚୟ ଦେଇଛି । 

ଉପକୂଳ ଓଡ଼ିଶାର ଘରେ ଘରେ ପଖାଳ ସହ ତୋରାଣି ବନ୍ଧା । ମାତ୍ର ଶାନ୍ତି ମହିଳା ଉତ୍ପାଦକ ଗୋଷ୍ଠୀ ଏହାକୁ ପ୍ୟାକେଜିଂ କରି ବଜାରକୁ ଆଣିବା  ସହ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଏଥିପାଇଁ  ମା’ମାନେ ଓର୍‌ମାସ୍‌ ସହାୟତାରେ ଏକ ପ୍ଲାଣ୍ଟ  ତିଆରି କରି ଏହାକୁ ପ୍ରସ୍ତୁତ କରୁଛନ୍ତି । ଗତ  ୬ ମାସ ହେବ ‘ଶାନ୍ତି ମହିଳା ଉଦ୍ୟୋଗ’  ଦ୍ୱାରା ରାଜ୍ୟର କଟକ, ଜଗତସିଂହପୁର,  କେନ୍ଦ୍ରାପଡ଼ାରେ ୮୦ରୁ ଅଧିକ ବିତରକ ସୃଷ୍ଟି  କରାଯାଇ ଏହାର ବିକ୍ରିବଟା ହେଉଛି । ରଥଯାତ୍ରାରେ  ଏହା ଭିନ୍ନ ପରିଚୟ ସୃଷ୍ଟି କରି ପାରିଛି । ଏ ବାବଦରେ କଟକ ଓର୍‌ମାସର  କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଶ୍ରୀକାନ୍ତ  ପରିଜା କହନ୍ତି³ ୨୦୨୩ କଟକ ବାଲିଯାତ୍ରା ପାଇଁ  ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ପ୍ରଥମଥର  ପାଇଁ ମହିଳା ଗୋଷ୍ଠୀ ତାଙ୍କ ଦ୍ୱାରା ପ୍ରସ୍ତୁତ ଟଙ୍କ  ତୋରାଣିର ବିକ୍ରିବଟା ଆରମ୍ଭ କରିଥିଲେ ।  ପ୍ରତିଦିନ ସେମାନେ ୩୦ରୁ ୪୦ ହଜାର ଲିଟର  ଟଙ୍କ ତୋରାଣି ପ୍ୟାକେଜିଂ କରି ବିକ୍ରି କରିଥାନ୍ତି । 

ଏ ବାବଦରେ ଶାନ୍ତି ମହିଳା ଉଦ୍ୟୋଗର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୀତାଞ୍ଜଳି ବିଶ୍ୱାଳ  କହନ୍ତି³ ଏଥର ରଥଯାତ୍ରାରେ ଆମେ ୫୦ ଲକ୍ଷ ଲିଟର ଟଙ୍କ ତୋରାଣି ବିକ୍ରି ଲକ୍ଷ୍ୟ ରଖିଛୁ ।  ଏଥିପାଇଁ ୩୦ ଷ୍ଟଲ ପ୍ରସ୍ତୁତ କରାଯାଉଛି । ଓର୍‌ମାସ୍‌ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ  ବିପିନ୍‌ ବିହାରୀ ରାଉତ କହନ୍ତି³ କରୋନା  ମହାମାରୀ ବେଳେ ଭୁବନେଶ୍ୱରସ୍ଥିତ ଅଲ୍‌  ଇଣ୍ଡିଆ ମେଡିକାଲ ସାଇନ୍ସ (ଏମ୍ସ) ପଖାଳରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକତତ୍ତ୍ୱ ଥିବାର  ରିପୋର୍ଟ ପ୍ରକାଶ କଲାପରେ ଆମେ ମହିଳା  ଉତ୍ପାଦକ ଗୋଷ୍ଠୀଙ୍କୁ ଟଙ୍କ ତୋରାଣି ପ୍ରସ୍ତୁତ କରିବା ଦିଗରେ ତାଲିମ ଦେଲୁ । ପୁଣି ଏହାକୁ କିପରି  ପ୍ୟାକେଜିଂ କରି ବିକ୍ରି କରାଯାଇ ପାରିବ ସେ  ଦିଗରେ ମଧ୍ୟ ସାହାଯ୍ୟ କଲୁ । ଏଥିପାଇଁ ଓର୍‌ମାସ  ପ୍ରଥମ ପର୍ଯ୍ୟାୟରେ ୨.୪ ଲକ୍ଷ ଟଙ୍କାର ଆର୍ଥିକ  ସହାୟତା ପ୍ରଦାନ କରିଛି । ଦ୍ୱିତୀୟ ପର୍ଯ୍ୟାୟରେ  ବି ଓର୍‌ମାସ୍‌ ସହାୟତାରେ ଗୋଷ୍ଠୀଙ୍କୁ ଅଧିକ  ଏକ ଲକ୍ଷ ଟଙ୍କା ମିଳିଛି । ଏହା ବାଦ୍‌ ଗୋଷ୍ଠୀର  ପ୍ରତିଟି ମହିଳା ୫୦୦୦ ଟଙ୍କା ଲେଖାଏଁ ଦେଇଛନ୍ତି । 

ଏ ବାବଦରେ ଶାନ୍ତି ମହିଳା ଉତ୍ପାଦକ  ଗୋଷ୍ଠୀର ସମ୍ପାଦକ ସ୍ମୃତିଶ୍ରୀ ବେହୁରିଆ  କହନ୍ତି³ ଅରୁଆ ଚାଉଳରୁ ଏହାକୁ ପ୍ରସ୍ତୁତ  କରାଯାଉଛି । ବିକ୍ରି ପାଇଁ ଯିବା ପୂର୍ବରୁ  ଏହାକୁ ସବୁଥର ଭୁବନେଶ୍ୱର ସ୍ଥିତ କ୍ୱାଲିଟି  ଲାବ୍‌କୁ ପରୀକ୍ଷା ପାଇଁ ଯାଉଛି । ଯେଉଁଥିରେ  ପଖାଳରେ ଥିବା ସମସ୍ତ ଉପାଦାନ ଯେପରିକି  ଶର୍କରା, ପ୍ରୋଟିନ୍‌,ଏନର୍ଜି, ସୁଗର, ଭିଟାମିନ୍‌  ବି୨, ଭିଟାମିନ୍‌ ବି ୧୨ ଇତ୍ୟାଦିର ପରୀକ୍ଷଣ  କରାଯାଉଛି । ଯେହେତୁ ଟଙ୍କପାଣି ଅଧିକ  ଦିନ ରହିଲେ ଏହ ମଦରେ ପରିଣତ ହୁଏ  ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଆମେ  ଏଥିରେ ଷ୍ଟାବିଲାଇଜର ବ୍ୟବହାର କରୁ । 

ପୂର୍ବରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ ଚାଉଳକୁ  ସିଝାଇବା ପାଇଁ କେବଳ ଏକ ବଏଲର  କିଣାଯାଇଥିଲା । ବାକି ସମସ୍ତ କାମ ହାତରେ  କରାଯାଉଥିଲା । ପରେ ଶାନ୍ତି ମହିଳା ଉଦ୍ୟୋଗ  ଅଟୋମେଟିକ୍‌ ମେସିନ୍‌ ଆଣିଲା । ଏ ବାବଦ ୬୦  ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା । ଏଥିରେ ସଫଳତା  ପାଇବା ପରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇ  ଏହା ଜରିଆରେ ଉତ୍ପାଦନ ବୃଦ୍ଧି କରାଯାଇଛି ।  ଯେଉଁଥିରେ ଏବେ ପ୍ରତିଦିନ ୨୦ ହଜାର ଲିଟର ଟଙ୍କ  ତୋରାଣି ବାହାରୁଛି । ୧୮୦ ମିଲି ଟଙ୍କ ତୋରାଣିର  ଦାମ୍‌ ୧୫ ଟଙ୍କା ଥିବାବେଳେ ୨୫୦ ମିଲି ତୋରାଣିର ଦାମ୍‌ ୨୦ ଟଙ୍କା ରଖାଯାଇଛି । ଟଙ୍କ ତୋରାଣିର  ସଫଳତା ପରେ ଏବେ ମା’ମାନେ କୋଳଥ  ପାଣି ବିକ୍ରି କରିବାକୁ ଯୋଜନା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.