ମାଲକାନଗିରି, ୦୮/୦୭ : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା। କିସ୍ତରାମ ଥାନା ଅନ୍ତର୍ଗତ ସାନ୍ନିପେଣ୍ଟା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ। ନିକଟରେ ପଡିଛି ମାଓ ପୋଷ୍ଟର।
ସୂଚନାନୁଯାୟୀ, କିଛି ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିବା ପରେ ସୁକୁମା ପୋଲିସ ପାଖରେ ଆତ୍ମସମର୍ପଣକ କରିଥିଲା ଭରସେ ମାସା। ଯାହାଫଳରେ ଆଜି ମାଓବାଦୀମାନେ ମାସାକୁ ହତ୍ୟା କରିଛନ୍ତି। ଏହାସହ ଘଟଣାସ୍ଥଳରେ ମାଓବାଦୀଙ୍କ କିଷ୍ଟାରାମ କମିଟି ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଭରସେ ମାସା ମାଓବାଦୀଙ୍କ ଗତିବିଧି ସଂପର୍କରେ ପୋଲିସକୁ ସୂଚନା ଦେଉଥିଲା। ତେଣୁ ମାଓ ସଂଗଠନକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଏପରି ମୃତ୍ୟୁଦଣ୍ଡ ଦିଆଯିବ।