ପ୍ରମୂଖ ଖବର
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି

ପୁରୀ,୦୬/୧୦: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ରହି ରାଇଦାମୋଦର ବ୍ରତ କରିବା ପାଇଁ ଅକ୍ଟୋବର ୬ ତାରିଖ ଅର୍ଥାତ ରବିବାରଠାରୁ ଆଶାୟୀ ହବିଷ୍ୟାଳିଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ପଞ୍ଜୀକରଣ କରାଯାଇଛି । ବ୍ରତ ପାଳନ ସମୟରେ ସେମାନଙ୍କୁ ମାଗଣାରେ ସମସ୍ତ ସୁବିଧା ମିଳିବ । ଆଶାୟୀ ହବିଷ୍ୟାଳିମାନେ ଅନ୍‌ଲାଇନରେ (edistrict.odisha.gov.in) ପଞ୍ଜୀକରଣ କରି ଏହାର ସୁଯୋଗ ନେଇପାରିବେ । ଆସନ୍ତା ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଚାଲିବ ।

ଚଳିତ ବର୍ଷ ୨୫୦୦ ହବିଷ୍ୟାଳିଙ୍କୁ ପୁରୀରେ ରହି ଏହି ବ୍ରତ ପାଳନ କରିବାର ସୁଯୋଗ ମିଳିବ । ଶୁକ୍ରବାର ନିଜ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଅକ୍ଟୋବର୧୮ତାରିଖରୁ ହବିଷ୍ୟାଳି ବ୍ରତ ଆରମ୍ଭ ହେଉଛି । ତେବେ୧୩ ତାରିଖ ସୁଦ୍ଧା ପ୍ରଶାସନ ତାହାର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ କରିବ । ଏନେଇ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ରାଜ୍ୟ ସରକାର ଚଳିତ ବର୍ଷ ହବିଷ୍ୟାଳି ବ୍ରତ ପାଇଁ ଅନୁମତି ଦେବା ସହ ଆନୁସଙ୍ଗିକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି । ବ୍ରତ ପାଳନ ନିମନ୍ତେ ବହୁତ ସଂଖ୍ୟାରେ ଆବେଦନ ଆସିଲେ ମଧ୍ୟ ଏହାକୁ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ହବିଷ୍ୟାଳିଙ୍କୁ ସୁଯୋଗ ଦିଆଯିବ । ସମସ୍ତ ଜିଲ୍ଲାପାଳଙ୍କୁ ଏବାବଦରେ ସୂଚିତ କରାଯିବା ସହ ଭିଏଲ୍‌ଡବ୍ଲୁଙ୍କ ଜରିଆରେ ଏବାବଦରେ ଲୋକଙ୍କୁ ସଚେତନ କରାଯିବ । ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିଲେ ସେମାନଙ୍କୁ ବ୍ରତ ପାଳନ ନିମନ୍ତେ ସୁଯୋଗ ମିଳିବ । ଏହାଛଡ଼ା ବିଧବା ବ୍ରତ ଧାରିଣୀ ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ପଞ୍ଜୀକରଣ ବେଳେ ମହିଳାମାନେ ସେମାନଙ୍କ ସମସ୍ତ ବିବରଣୀ ସହ ବିଧବା ନା ସଧବା ଉଲ୍ଲେଖ କରିବାକୁ ପଡ଼ିବ । ପଞ୍ଜିକୃତ ହବିଷ୍ୟାଳିଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସୂଚନା ଦିଆଯିବ । ବିନା ପଞ୍ଜୀକରଣରେ ଶିବିରରେ ରହି ବ୍ରତ ପାଳନର ସୁଯୋଗ ଦିଆଯିବ ନାହିଁ । 

ପଞ୍ଜିକୃତ ହବିଷ୍ୟାଳିମାନେ ୧୭ ତାରିଖରେ  ଶିବିରମାନଙ୍କରେ ପହଞ୍ଚିବା ପରେ ସେଠାରେ ସେମାନଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନେ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ଏଠାରୁ ଘରକୁ ବିଦା କରି ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରତିବର୍ଷ ବହୁ ସଂଖ୍ୟାରେ ଶାରୀରିକ ଓ ମାନସିକ ଅସୁସ୍ଥ ମହିଳାମାନେ ଏହି ବ୍ରତରେ ସାମିଲ ହେବା ପ୍ରଶାସନର ଚିନ୍ତା ବଢ଼ାଉଛି । ଅନେକ ପଞ୍ଜିକୃତ ବ୍ରତଧାରୀ ପଞ୍ଚୁକ ୫ ଦିନ ବ୍ରତ ପାଳନ ନିମନ୍ତେ ଶିବିରକୁ ଆସୁଛନ୍ତି । ଏହାକୁ ଲକ୍ଷ୍ୟରେ ରଖି ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.