ପୁରୀ,୧୯/୧୨: ପୁରୀ କଲେଜ ଛକ ନିକଟରେ ଥିବା ଦେବୀ ଫ୍ଲେକ୍ସ ପ୍ରିଣ୍ଟ ନାମକ ଏକ ଦୋକାନରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ୨୦ ଲକ୍ଷ ଟଙ୍କାର ଫ୍ଲେକ୍ସ ତିଆରି ସାମଗ୍ରୀ ଓ ମେସିନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହେବା ସହ ଦୋକାନର ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି । ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
ସୂଚନା ମୁତାବକ, ପୁରୀ କଲେଜ ଛକ ନିକଟରେ ଥିବା ଦେବୀ ଫ୍ଲେକ୍ସ ପ୍ରିଣ୍ଟ ନାମକ ଏକ ଦୋକାନରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କିଛି ସମୟ ମଧ୍ୟରେ ହିଁ ଦୋକାନ ଭିତରେ ଚାରିଆଡକୁ ଏହି ନିଆଁ ବ୍ୟାପି ଯାଇଥିଲା । ଦୋକାନରୁ ଧୂଆଁ ବାହାରିବାରୁ ନିଆଁ ଲାଗିଥିବା ବିଷୟରେ ଲୋକେ ଜାଣିବାକୁ ପାଇଥିଲେ । ଏହା ଜାଣି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ବହୁ ସମୟର ଚେଷ୍ଟା ପରେ ନିଆଁକୁ ଆୟତ କରିଛି । ହେଲେ ଏହାରି ଭିତରେ ଦୋକାନରେ ୨୦ ଲକ୍ଷ ଟଙ୍କାର ଫ୍ଲେକ୍ସ ତିଆରି ସାମଗ୍ରୀ ଓ ମେସିନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହେବା ସହ ଜଣେ ବ୍ୟକ୍ତି ଗୁରୁତର ମଧ୍ୟ ହୋଇଛନ୍ତି । ତେବେ ସଟ୍ କର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।