ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଜାତୀୟ ସ୍ତରୀୟ ଟିଭି ସୋ’ରେ କଟକ ପୁଅ: ପପିଂ ଡ୍ୟାନ୍ସରେ ଦିବ୍ୟଙ୍କ କମାଲ୍‌, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ପ୍ରମୋ

କଟକ,୦୫/୦୭: ଦିନ ଥିଲା ଟିଭି ସାମ୍ନାରେ ଛିଡ଼ା ହୋଇ ନାଚ ଶିଖୁଥିଲେ ।  ମାଇକେଲ୍‌ ଜ୍ୟାକ୍‌ସନ୍‌, ପ୍ରଭୁ ଦେବା ଓ ହ୍ରିତିକ୍‌  ରୋସନ୍‌ଙ୍କ ଭଳି ଡ୍ୟାନ୍ସ ଜଗତର ବାଦ୍‌ଶାହଙ୍କୁ ଅନୁକରଣ କରୁଥିଲେ । ତାଙ୍କ ଭଳି ନାଚିବାର  ଅଭ୍ୟାସ ୮ ବର୍ଷ ବୟସରୁ ଆରମ୍ଭ କରିଥିଲେ ।  ଅନେକ ବାଧାବିଘ୍ନ ମଧ୍ୟରେ ନିଜର ପପିଂ ଡ୍ୟାନ୍ସକୁ ନେଇ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି  ନେଇଥିଲେ । ଆଜି ସେ ସେହି ସ୍ୱପ୍ନକୁ ପୂରଣ କରିବାକୁ ଯାଇ ସଫଳତାର ପାହାଚରେ ପାଦ ପକାଇବା ଆରମ୍ଭ କରିଛନ୍ତି । ଟିଭିରୁ ଡ୍ୟାନ୍ସ ଶିଖି ଆଜି ଜାତୀୟ ସ୍ତରୀୟ ଡ୍ୟାନ୍ସିଂ ସୋ’  ଇଣ୍ଡିଆ ବେଷ୍ଟ୍‌ ଡ୍ୟାନ୍ସର ସିଜିନ୍‌ -୪ର ବିଭିନ୍ନ  ରାଉଣ୍ଡ୍‌ ପାର୍‌ କରି ନିଜ ସ୍ଥାନ ହାସଲ କରିଛନ୍ତି  କଟକ ପୁଅ ଦିବ୍ୟଜ୍ୟୋତି ନାୟକ(୨୮)  ଓରଫ ଦିବ୍ୟ । ଆସନ୍ତା ୧୪ତାରିଖରୁ ସୋନି  ଇଣ୍ଡିଆନ୍‌ରେ ପ୍ରଦର୍ଶିତ ହେବାକୁ ଥିବା ଏହି  ସୋ’ର ପ୍ରୋମୋରେ ଦିବ୍ୟଙ୍କ ସର୍ଟ ଭିଡିଓ ରିଲିଜ୍‌ ହୋଇଛି । ଏହା ଏବେ ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହେବା ସହିତ କଟକ  ଏବଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ  ପାଲଟିଛି । 

ବକ୍ସିବଜାର ପୁଲିସ୍‌ ଲାଇନ୍‌ରେ ରହୁଥିବା  ବଂଶୀଧର ନାୟକ ଓ ସରସ୍ୱତୀ ନାୟକଙ୍କ  ଏକମାତ୍ର ପୁଅ ହେଉଛନ୍ତି ଦିବ୍ୟଜ୍ୟୋତି ।  ପରିବାର କହିଲେ ଦିବ୍ୟ ତାଙ୍କ ବାପା ମା’ ଓ  ସାନ ଭଉଣୀ । ଘରେ ସମସ୍ତେ ପ୍ରାୟ ସରକାରୀ  ଚାକିରି କରିଥିଲାବେଳେ ସମସ୍ତଙ୍କ ନଜର  ରହିଥିଲା ଦିବ୍ୟଙ୍କ ଉପରେ । କିନ୍ତୁ ଦିବ୍ୟ ପିଲାଟି  ବେଳୁ ଡ୍ୟାନ୍ସ ପ୍ରତି ରୁଚି ରଖିଥିଲେ । ପାଠ  ପଢ଼ିବା ସହିତ ୮ବର୍ଷ ବୟସରୁ ଟିଭି ସାମ୍ନାରେ  ଡ୍ୟାନ୍ସ ବାଦ୍‌ଶାହ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କୁ ଦେଖି  ଧୀରେ ଧୀରେ ଡ୍ୟାନ୍ସ କରିଥିଲେ । ୧୪ବର୍ଷ  ବୟସରେ ଡ୍ୟାନ୍ସରେ ପରିଚୟ ତିଆରି କରିବାର  ସ୍ୱପ୍ନ ଦେଖିଥିଲେ । କିନ୍ତୁ ସ୍ୱପ୍ନ ସାକାର କରିବାକୁ  ପାଦ କାଢ଼ିଥିଲାବେଳେ ଏହାକୁ ନେଇ ଅନେକ  ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା । ଡ୍ୟାନ୍ସକୁ  ନେଇ ଭବିଷ୍ୟତ ଗଢ଼ିବାର ବାଟ ସବୁଆଡୁ ତାଙ୍କୁ  ସଙ୍କୁଚିତ କରିଥିଲା । ଏହା ମଧ୍ୟରେ ଅନେକ  ଥର ବିଭିନ୍ନ ସ୍ଥାନକୁ ଯାଇ ଅଡିସନ୍‌ ଦେଇଥିଲେ  ମଧ୍ୟ ସଫଳତା ମିଳି ନ ଥିଲା । ଏହାସତ୍ତେ୍ୱ  ସେ କେବେ ବି ଆଶା ଛାଡ଼ି ନ ଥିଲେ । ଉଦ୍ୟମ ଚଳାଇଥିଲେ । 

୨୦୧୯ ମସିହାରେ  ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ତୁ ମୋ  ସାଥୀରେ’ରେ ପ୍ରଥମେ କୋରିଓଗ୍ରାଫର୍‌ ଭାବେ  କାମ କରିଥିଲେ । ଏଥିରେ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସକୁ  ସମସ୍ତେ ପସନ୍ଦ କରିବା ସହିତ ଦିବ୍ୟ ଏହା  ମଧ୍ୟରେ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ କୋରିଓଗ୍ରାଫି  କଲେ । ସେ ପ୍ରାୟ ୨ଶହରୁ ଅଧିକ ମ୍ୟୁଜିକ୍‌  ଭିଡିଓ ଓ ୮ଟି ଫିଲ୍ମରେ କୋରିଆଗ୍ରାଫର୍‌ ଭାବେ  କାମ କରିଛନ୍ତି । ଆସନ୍ତା ୧୩ ତାରିଖରୁ ସୋନି ଇଣ୍ଡିଆରେ ପ୍ରଦର୍ଶିତ ହେବାକୁ ଥିବା ଇଣ୍ଡିଆ  ବେଷ୍ଟ୍‌ ଡ୍ୟାନ୍ସର ମଞ୍ଚରେ ନିଜ ସ୍ଥାନ ଅଧିକାର  କରିଛନ୍ତି ଦିବ୍ୟ । ଯାହାର ଏକ ସର୍ଟ ଭିଡିଓ ଅପ୍‌ଲୋଡ୍‌ ହୋଇଥିଲାବେଳେ ଏଥିରେ ସେ  ଏକ ହିନ୍ଦୀ ଗୀତରେ ନାଚୁଥିବାର କିଛି ଝଲକ  ଦେଖିବାକୁ ମିଳିଛି । ଏମିତିକି ତାଙ୍କ ନୃତ୍ୟରେ ଖୁସି ହୋଇ ସୋ’ରେ ବିଚାରପତି ଥିବା ଗୀତା କପୁର୍‌, କରିସ୍ମା କପୁର୍‌, ଟେରେନ୍ସ ଲିୱିସ୍‌  ସମସ୍ତେ ଭରପୂର ପ୍ରଶଂସା କରୁଛନ୍ତି । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ପାଲଟିଛି । 

ଏନେଇ ସେ କୁହନ୍ତି ଯେ, ଅନେକ ଉଦ୍ୟମ  ପରେ ଏବେ ଟିକେ ଆଶା ଦୃଢ଼ ହୋଇଛି ।  ସମସ୍ତ ବିଚାରପତି ଛିଡ଼ା ହୋଇ ପ୍ରଶଂସା କଲେ । ଯାହା ମୋ ପାଇଁ ଗର୍ବର ବିଷୟ । ରାଜ୍ୟବାସୀଙ୍କ  ଆଶୀର୍ବାଦରୁ ନିଶ୍ଚିତ ଆଗକୁ ଭଲ କରିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.