ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଦଶମ ଶ୍ରେଣୀ ଛାତ୍ରଙ୍କ ସହ ଅଭାବନୀୟ ଘଟଣା, ସ୍କୁଲ ଯାଉଥିବା ବେଳେ ଜୋର ଜବରଦସ୍ତ ଧରି ଇଞ୍ଜେକ୍ସନ ଦେଲେ ୫ ଯୁବକ

ସୁବର୍ଣ୍ଣପୁର, ୫/୭: ଦଶମ ଶ୍ରେଣୀ ଛାତ୍ରଙ୍କ ସହ ଅଭାବନୀୟ ଘଟଣା। ସ୍କୁଲ ଯାଉଥିବା ସମୟରେ ଛାତ୍ରଙ୍କୁ ଧରି ପକାଇ ଜୋର ଜବରଦସ୍ତ ଇଞ୍ଜେକ୍ସନ ଦେଲେ ୫ ଯୁବକ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରେ ଏଭଳି ଅଭାବନିୟ ଘଟଣା ଘଟିଛି। ଗୁରୁତର ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ ସବୁଦିନ ଭଳି ଆଜି ମଧ୍ୟ ଗବଯୋର ଉଚ୍ଚ ବିଦ୍ୟାଳୟକୁ ଆସୁଥିଲେ। ତେବେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗବଯୋର ଗାଁରେ ହଠାତ ୫ ଜଣ ଅଜଣା ଯୁବକ ଆସି ସମ୍ବିତକୁ ମାଡ଼ିବସି ଏକ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ସେ ସେହିଠାରେ ହିଁ ଅଚେତ ହୋଇଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ସମ୍ବିତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଏବେ ସମ୍ଵିତଙ୍କ ଚିକିତ୍ସା ଚାଲିଛି। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଏହି ଦୁର୍ବୃତ୍ତମାନେ କିଏ ଏବଂ କାହିଁକି ତାଙ୍କୁ ଏଭଳି ଇଞ୍ଜେକ୍ସନ ଦେଲେ ତାହା ଅସ୍ପଷ୍ଟ ରହିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.