ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଭାଙ୍ଗିଲା ନେତାଜୀ ସେବା ସଦନର ପାଚେରୀ ; ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ : କମିଶନର

କଟକ,୫/୭ :   ସାମାନ୍ୟ ବର୍ଷାରେ ଭାଙ୍ଗିଲା ନେତାଜୀ ସେବା ସଦନର ପାଚେରୀ । ନେତାଜୀ ସଂଗ୍ରହାଳୟକୁ ଲାଗିକି ଥିବା ନେତାଜୀ ସେବା ସଦନ କଟକର ଏକ ଐତିହ୍ୟ ସମ୍ପନ୍ନ ଡାକ୍ତରଖାନା । ଗତ ୪ବର୍ଷ ତଳେ ଏହି ଡାକ୍ତରଖାନାର ନବୀକରଣ ସହ ନୂଆ ପାଚେରୀ ନିର୍ମାଣ କରାଯାଇଥିଲା । ନିର୍ମାଣ ସମୟରେ ସ୍ଥାନୀୟ ବାସିନ୍ଦାମାନେ ନିମ୍ନ ମାନର କାମ ହେଉଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର କିମ୍ବା ପ୍ରଶାସନିକ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । 

ଗତକାଲି ବିଳମ୍ବିତ ରାତିରେ ଏହି ପାଚେରୀଟି ଭୁଶୁଡି ପଡିଛି, ଫଳରେ ପାଚେରୀ କଡ଼ରେ ଥିବା ଦୁଇଟି କାର ଓ ଗୋଟିଏ ବୋଲେରୋ ଗାଡି କ୍ଷତିଗ୍ରସ୍ତ ହୋଇଛି । ପାଚେରୀ ନିର୍ମାଣରେ ନାମକୁ ମାତ୍ର ସିମେଣ୍ଟ ବ୍ୟବହାର କରାଯାଇଥିବା ଓ ମଝିରେ କୌଣସି ଢଳେଇ ଖୁଣ୍ଟ ନ ଥିବାରୁ ପାଚେରୀଟି ଭୁଶୁଡି ପଡ଼ିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏଭଳି ନିମ୍ନ ମାନର କାମ ପାଇଁ ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ସିଏମସି କମିଶନର କହିଛନ୍ତି ଘଟଣାର ଅନୁସନ୍ଧାନ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.