ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ରଥଯାତ୍ରା ପାଇଁ ପୂର୍ବତଟ ରେଳବାଇର ପ୍ରସ୍ତୁତି: ‘ଏଆଇ’ କହିବ ଟ୍ରେନ୍‌ ଚଳାଚଳ ସମୟ, ୧୫ ଲକ୍ଷ ଭକ୍ତଙ୍କୁ ଯାତ୍ରା ସୁବିଧା

ଭୁବନେଶ୍ୱର,୦୫/୦୭: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା  ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  ଚାଲିଛି । ପ୍ରଥମ ଥର ପାଇଁ ରେଳ ବିଭାଗ ‘କୃତ୍ରିମ  ବୁଦ୍ଧିମତା’(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ସହାୟତା  ନେବାକୁ ଯାଉଛି । ଏଆଇ ମାଧ୍ୟମରେ ରଥଯାତ୍ରା ପାଇଁ  ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ସମୟ ସହ ଯାତ୍ରୀ ଭିଡ଼ ବାବଦରେ  ରେଳ କର୍ମଚାରୀଙ୍କୁ ସୂଚନା ମିଳିବ । ଫଳରେ ଗୋଟିଏ  ଟ୍ରେନରେ ଯାତ୍ରୀ ପୂର୍ଣ୍ଣ ହୋଇଗଲେ ପର ଟ୍ରେନ ପାଇଁ  ଟିକେଟ ବିକ୍ରି ହେବ । ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍‌  ଚଳାଚଳ ସୁଗମ କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ  ଖୋଲାଯାଉଛି । 

ଷ୍ଟେସନରେ ଟ୍ରେନ୍‌ ବିଷୟରେ ସୂଚନା  ଏବଂ ଅତିରିକ୍ତ ଟିକେଟ୍‌ ବୁକିଂ କାଉଣ୍ଟର ମାଧ୍ୟମରେ  ଟିକେଟ୍‌ ଉପଲବ୍ଧ କରାଇବା ଉପରେ ସର୍ବାଧିକ ଗୁରୁତ୍ୱ  ଦିଆଯାଇଛି । ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ  ଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଭିଡ ଏଡ଼ାଇବା,  ଟ୍ରେନ୍‌ ସୂଚନା ବ୍ୟବସ୍ଥା/ ଅନୁସନ୍ଧାନ କାଉଣ୍ଟର, ଭିଡିଓ  ୱାଲ୍‌ ପ୍ରଦର୍ଶନ, ୟୁଟିଏସ୍‌ ମୋବାଇଲ୍‌ ଆପ୍‌, ୧୫  ହଜାରରୁ ଅଧିକ ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ରହିବା  ପାଇଁ ବିଶ୍ରାମାଗାର ଓ ତୀର୍ଥଯାତ୍ରୀ ସେଡ୍‌, ଟିକେଟ୍‌ ବୁକିଂ  କାଉଣ୍ଟର ଏବଂ ମୋବାଇଲ୍‌ ଟିକେଟ୍‌ କାଉଣ୍ଟର, କ୍ୟାଟରିଂ  ଏବଂ ଆତିଥ୍ୟ, ମେଡିକାଲ୍‌ ସୁବିଧା ଏବଂ ଆମ୍ବୁଲାନ୍‌ସ,  ବିଦ୍ୟୁତ୍‌, ଜଳ ଯୋଗାଣ ଓ ପର୍ଯ୍ୟାପ୍ତ ଶୌଚାଳୟର  ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ରେଲୱେ ୧୫ ଲକ୍ଷ  ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀ ଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ  ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.