ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଲଗାଣ ବର୍ଷା ପବନରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ମା ଓ ୨ ପୁଅ

ମହାକାଳପଡ଼ା, ୦୫/୦୭ : ଲଗାଣ ବର୍ଷା ପବନରେ ଭୁଶୁଡ଼ିଲା ଘର। ଅଳ୍ପକେ ବର୍ତ୍ତିଲେ ମା ଓ ଦୁଇ ପୁଅ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛିଲା ପଞ୍ଚାୟତ ଲୁନିମାଠିଆ ଶବରପଡା ଗାଁରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, ମହାକାଳପଡ଼ା ବ୍ଲକ ଲୁନିମାଠିଆ ଶବରପଡା ଗାଁର ଠୁଲି ନାୟକ ଖାଇପିଇ ୨ ପୁଅଙ୍କୁ ଧରି ଶୋଇଥିଲେ। ରାତି ୧୨ଟାରେ ହଠାତ୍ ଘରର ଏକ ପାର୍ଶ୍ଵରୁ ଛାତ ଖସିବା ଶବ୍ଦ ଶୁଣି ସମସ୍ତେ ଉଠି ପଡିଥିଲେ। ଠୁଲି ତାଙ୍କ ୨ ପୁଅଙ୍କୁ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସମ୍ପୂର୍ଣ୍ଣ ଘରଟି ଭୁଶୁଡ଼ି ପଡିଛି। ଫଳରେ ଘରେ ଥିବା ଦୁଇଟି ସାଇକେଲ ଓ ଆସବାବପତ୍ର ଛାତ ତଳେ ପୋତି ହୋଇଯାଇଛି। ଏବେ ବର୍ଷା ଦିନ ହୋଇଥିବାରୁ ସେମାନେ କେଉଁଠି ଆଶ୍ରୟ ନେବେ ତାହା ଚିନ୍ତାର ବିଷୟ ପାଲଟିଛି। ୧୫ ବର୍ଷ ତଳେ ଠୁଲି ନାୟକଙ୍କୁ ଏହି ଘର ମିଳିଥିଲା। ତାଙ୍କ ସ୍ଵାମୀ ଛାଡି ଚାଲିଯାଇଥିବାରୁ ଠୁଲି ଦିନ ମଜୁରିଆ ଭାବେ କାମ କରି ଚଳୁଛନ୍ତି। ଏଭଳି ସ୍ଥିତିରେ ଘର ଖଣ୍ଡେ ନିର୍ମାଣ କରିବା ତାଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ତେଣୁ ଠୁଲି ନାୟକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.