କୋଣାର୍କ, ୮।୭ : ରଥଯାତ୍ରା ବେଳେ କୋଣାର୍କ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଦିନ ଦିପହରରେ ମନ୍ଦିରରୁ ଚୋରି ନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଛି l
ରଥଯାତ୍ରା ସମୟରେ ମନ୍ଦିରରେ ତିନି ଠାକୁର ନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ କୋଣାର୍କ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।