ପୁରୀ ୨/୧୦ : ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଉପାସନା ପ୍ରାଚୀନ ପରମ୍ପରା । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଷୋଡଶ ଦିବସ ବ୍ୟାପି ପାଳିତ ହୁଏ । ସର୍ବତ୍ର ମା ଦୁର୍ଗାଙ୍କୁ ଶିବ ପ୍ରିୟା ଭାବେ ପୂଜା କରା ଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ବିଶେଷତଃ ଶ୍ରୀମନ୍ଦିରରେ ମାଧବପୂଜା ପାଇଥାନ୍ତି। ମା’ ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ ଓ ମାଧବ ସ୍ବୟଂ ପରଂବ୍ରହ୍ମ ଜଗତ୍ ବ୍ଯାପି ଜଗନ୍ନାଥ ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ ।
ଶ୍ରୀଦୁର୍ଗାମାଧବ ଉପାସନା ଓ ଯାତ୍ରାବି ଆଶ୍ଵିନ କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳଦଶମୀ ତିଥିରେ ଅର୍ଥାତ୍ ଦଶହରା ଦିନ ଶେଷ ହୋଇଥାଏ । ଆଶ୍ୱିନ ମାସରେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟତ୍ର କୁତ୍ରାପି ଶ୍ରୀଦୁର୍ଗାମାଧବ ଉପାସନ ପରି ଦୁଷ୍ଟ ହୁଏନାହିଁ । ଶରତକାଳରେ ଗୋଟିଏ ରଥରେ ଏକତ୍ର ଦେବୀ ଦୁର୍ଗା ଓ ଶ୍ରୀମାଧବ (ବାଳପୁରୁଷୋତ୍ତମ) ବିମଳାଦେବୀଙ୍କ ମନ୍ଦିରରେ ଆଠ ଦିନ ବିଜେ କରି ନବମ ଦିନରୁ ଦୋଳମଣ୍ଡପ ସାହି ସୁ ଦେବୀ ନାରାୟଣୀଙ୍କ ଆସ୍ଥାନ (ଆଶ୍ଵିନ ଗୁଣ୍ଡି ଚା ମଣ୍ଡପ)କୁ ଯାଇଥାନ୍ତି । ଏଥିପାଇଁ ଏହି ଯାତ୍ରାକୁ ଗୁପ୍ତ ଗୁଣ୍ଡିଚା, ଶରତ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା କୁହାଯାଇଥାଏ ।
ଏହି ଉପାସନାରେ ଦେବୀ ଦୁର୍ଗା, ମାଧବଙ୍କର ଶକ୍ତି ଭାବରେ ଉପାସିତ ହୋଇଥାନ୍ତି । । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ସକାଳ ଧୂପ ଓ ସହସ୍ରାକୁମ୍ଭାଭିଷେକ ସାରି । ଶ୍ରୀଦୁର୍ଗାଦେବୀ ଭଣ୍ଡାର ଦ୍ଵାରରେ ବିଜେ ହେବାପରେ ଶ୍ରୀମାଧବ (ବାଳପୁରୁଷୋତ୍ତମ) ଶ୍ରୀବିଗ୍ରହଙ୍କ ଠାରୁ ଆଜ୍ଞାମାଳ ପାଇ ଆସି ଦେବୀଙ୍କ ସହ ଏକତ୍ର ଭଦ୍ରାସନରେ ଉପବେଶନ କଲେ ରୁନ୍ଧାକାର୍ଯ୍ୟ ବଢ଼େ । ଭଦ୍ରାସନରେ ଏକତ୍ର ରୁନ୍ଧା ହୋଇଥିବା ଶ୍ରୀଦୁର୍ଗାମାଧବ ରତ୍ନସିଂହାସନ ନିକଟକୁ ଯାଇ ଆଜ୍ଞାମାଳ ପାଇବା ପରେ ଜୟବିଜୟ ଦ୍ଵାରବାଟ ଦେଇ ଝୁଲଣ୍ଡ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରନ୍ତି । ମା’ବିମଳାଙ୍କ ସକାଳଧୂପ ସରିଲେ ଶ୍ରୀଦୁର୍ଗାମାଧବ ପାଲିଙ୍କିରେ ଯାଇ କର୍ପୂର ଜଳ ଲାଗି ହେବାପରେ ମା’ଙ୍କ ମନ୍ଦିରରେ ପଡ଼ିଥିବା ଖଟ ଉପରେ ବିଜେ କରନ୍ତି ।
ଏହାପରେ ଶୀତଳଭୋଗ ମଣୋହି ଓ ବନ୍ଦାପନା କରାଯାଏ । ଏହି ପରି ବିମଳାଦେବୀଙ୍କର ତିନିଧୂପ ବଢ଼ିବା ପରେ ଶ୍ରୀବିଗ୍ରହମାନଙ୍କର ରାତ୍ର ଚନ୍ଦନଲାଗି ସରିଲେ ପାଲିଙ୍କିରେ ଯାଇ ଭଣ୍ଡାର ଘରେ ବିଜେ କରନ୍ତି । । ଶ୍ରୀଦୁର୍ଗାମାଧବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଆଠଦିନ ପର୍ଯ୍ୟନ୍ତ ବିମଳାଦେବୀଙ୍କ । ମନ୍ଦିରକୁ ବିଜେ କରନ୍ତି ଓ ନବମ ଦିନଠାରୁ ରଥାରୁଢ଼ ହୋଇ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିସ୍ଥିତ ଦେବୀ ନାରାୟଣୀଙ୍କ ମନ୍ଦିରକୁ ଯାଇଥାନ୍ତି । । ଏଠାରେ ପ୍ରତିଦିନ କର୍ପୂର ଜଳ ଲାଗି, ଭୋଗ ଓ ବନ୍ଦାପନା ଇତ୍ୟାଦି ନୀତିମାନ ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହଙ୍କର ରାତ୍ର ଚନ୍ଦନ ଲାଗି ବଢ଼ିଲେ । ଶ୍ରୀଦୁର୍ଗାମାଧବ ନାରାୟଣୀଙ୍କ ମନ୍ଦିରରୁ ପାଲିଙ୍କିରେ ଆସି ଭଣ୍ଡାର ଘରକୁ । ବିଜେ କରିଥାନ୍ତି । ଦଶହରା ପର୍ଯ୍ୟନ୍ତ ଶ୍ରୀଦୁର୍ଗାମାଧବଙ୍କର ରୁନ୍ଧା ରହିଥାଏ । ଠାକୁର ଠାକୁରାଣୀ ଦଶହରା ପଦାରୁ ଫେରିଲେ ରୁନ୍ଧା ଫିଟିଥାଏ ।