ପୁରୀ,୧।୧୦ : ଏମିତି ବି ଆସେ ମୃତ୍ୟୁ। ଦୁଇ ଚକିଆ ଗାଡ଼ିରେ ବୁଲି ବ୍ୟବସାୟ କରୁଥିବା ବେଳେ ଟଳି ପଡ଼ିଲେ ବ୍ୟବସାୟୀ। ପୁରୀ ଟାଉନ ଥାନା ଅନ୍ତର୍ଗତ ଗଛକାଳୀ ଲେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ଢେଙ୍କାନାଳର ଶୁକଦେବ ବେହେରା।
ଶୁକଦେବ ପୁରୀ କୁମୁଟିପାଟଣା ଠାରେ ରହି ମୁଢ଼ି ବ୍ୟବସାୟ କରୁଥିଲେ। ଗତ ଗୁରୁବାର ସେ ନିଜ ଦୁଇ ଚକିଆ ଯାନ ଯୋଗେ ବ୍ୟବସାୟ କରୁଥିବା ବେଳେ ଗଛକାଳୀଙ୍କ ନିକଟରେ ହଠାତ ଦୁଇ ଚକିଆ ଗାଡ଼ି ଉପରେ ମୁହଁ ମାଡ଼ି ସେ ନିସ୍ତେଜ ହୋଇପଡ଼ିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ କେତେବେଳେ ଯେ ମୃତ୍ୟୁ ଆସିବ ତାହା କହିହେବ ନାହିଁ ବୋଲି ଏହି ଭିଡିଓରୁ ପ୍ରମାଣିତ ହୋଇଛି।