ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍

ଭୋଗରାଇ, ୨୪/୦୬ : ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ଵର ଜିଲ୍ଲା ତାଳସାରି ସାମୁଦ୍ରିକ ଥାନା ଅନ୍ତର୍ଗତ ସାହାବାଜିପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ରେଣୁକା ପ୍ରଧାନଙ୍କ ଘର ଭଡ଼ା ନେଇ ରହୁଥିବା ଜଣେ ବଙ୍ଗୀୟ ଯୁବକଙ୍କ ମୃତଦେହ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରାଯାଇଛି। ମୃତକଙ୍କ ସହ ଭଡ଼ାରେ ରହୁଥିବା ଅନ୍ୟ ସହଯୋଗୀ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି।

ସୂଚନା ମୁତାବକ, ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସିନ୍ଦ୍ରାଣୀ ଥାନା ଅନ୍ତର୍ଗତ କୁଠିବାଡ଼ି ଗ୍ରାମର ମନୋଜିତ ହାଲଦାର (୩୫ ବର୍ଷ) ଓ ପୂର୍ବ ମେଦିନୀପୁର ଜିଲ୍ଲାର ଲଛୁବର ଗ୍ରାମର ଶିବପ୍ରସାଦ ଦାସ(୩୦ ବର୍ଷ) ସାହାବାଜିପୁର ଗ୍ରାମର ରେଣୁକା ପ୍ରଧାନଙ୍କ ଘରେ ଭଡ଼ା ନେଇ ରହୁଥିଲେ। ବିଭିନ୍ନ ସମୟରେ ଯୁବତୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲମାନଙ୍କରେ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ। ମାତ୍ର ଶନିବାର ମନୋଜିତଙ୍କ ସହଯୋଗୀ ଶିବପ୍ରସାଦ କେଉଁଆଡ଼େ ଚାଲି ଯାଇଥିବା ବେଳେ ରବିବାର ସକାଳେ ଘର ମାଲିକାଣୀ ରେଣୁକା ପ୍ରଧାନ ମନୋଜିତଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତାଳସାରି ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କୋଠରୀ ଭିତରୁ ଭୋଗରାଇ ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.