ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଘରୋଇକରଣ ମୁହାଁ ଭୁବନେଶ୍ୱର ବିମାନବନ୍ଦର, ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି

ଭୁବନେଶ୍ୱର,୨୮/୦୬: ଘରୋଇକରଣ ମୁହାଁ ହେଉଛି  ଭୁବନେଶ୍ୱର ବିଜୁ ପଟ୍ଟନାୟକ  ଆନ୍ତର୍ଜାତୀୟ ବିମାନବନ୍ଦର ।  ଭୁବନେଶ୍ୱର ସମେତ ଦେଶର ଅନ୍ୟ ୧୧ଟି ବିମାନବନ୍ଦରର ଘରୋଇକରଣ ପାଇଁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯିବ । ନିର୍ବାଚନ ପୂର୍ବରୁ  କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଥିଲେ । ପିପିପି ମୋଡରେ କିଛି ବିମାନବନ୍ଦର ପରିଚାଳନା ଘରୋଇ ସଂସ୍ଥା ହାତକୁ ଟେକାଯିବ ।  

ଭୁବନେଶ୍ୱର ସମେତ ଇନ୍ଦୋର,  ବାରଣାସୀ, ଅମ୍ରିତସର, ରାୟପୁର ଓ  ତ୍ରିଚି ଭଳି ୬ଟି ବିମାନବନ୍ଦରକୁ ଚୟନ  କରାଯାଇଛି । ଏସବୁ ଦେଶର ଶ୍ରେଷ୍ଠ  ୨୦ ଲାଭଦାୟକ ବିମାନବନ୍ଦର ଭିତରେ ଅଛି । ଏହାସହ କ୍ଷତି ସହୁଥିବା  ଉତ୍ତରପ୍ରଦେଶର ଖୁସିନଗର, ବିହାରର  ଗୟା, କର୍ଣ୍ଣାଟକର ହୁକ୍ରାଲି, ମହାରାଷ୍ଟ୍ରର  ଔରଙ୍ଗାବାଦ, ମଧ୍ୟପ୍ରଦେଶର  ଜବଲପୁର, ଆନ୍ଧ୍ରପ୍ରଦେଶର  ତିରୁପତି, ହିମାଚଳପ୍ରଦେଶର କଙ୍ଗରା ବିମାନବନ୍ଦର ମଧ୍ୟ ଘରୋଇକରଣ  ହୋଇପାରେ । 

ବିମାନବନ୍ଦର ନିର୍ଦ୍ଦେଶକ  ପ୍ରସନ୍ନ ପ୍ରଧାନ କହିଛନ୍ତି, ଏନେଇ  କୌଣସି ନିର୍ଦ୍ଦେଶ ହୋଇନାହିଁ । କେନ୍ଦ୍ର  ସରକାରଙ୍କ କ୍ୟାବିନେଟର ମୋହର ବାଜିବା ପରେ ହିଁ ଘରୋଇକରଣ  ପକ୍ରିୟା ଆରମ୍ଭ ହେବ । ଆଶା କରାଯାଉଛି, ଘରୋଇକରଣ  ପରେ ଅଳ୍ପ କିଛି ମାତ୍ରାରେ ବିମାନ  ଯାତ୍ରାର ଦେୟ ବଢ଼ିପାରେ । କିନ୍ତୁ  ଏହା ବଦଳରେ ଯାତ୍ରୀଙ୍କୁ ନାନା  ସୁବିଧା ମିଳିପାରେ । ଏହାସହ  କର୍ମଚାରୀଙ୍କ ସଂଖ୍ୟା ବଢ଼ିପାରେ ।  

ସୂଚନା ଥାଉ କି, ଅହମ୍ମଦବାଦ,  ଲକ୍ଷେ୍ମø, ମାଙ୍ଗାଲୋର, ଜୟପୁର,  ଗୌହାଟୀ, ତିରୁଅନନ୍ତପୁରମ୍‌ ଭଳି  ୬ଟି ବିମାନବନ୍ଦରର ଘରୋଇକରଣ  ସରିଛି । ଆଦାନୀ ଗ୍ରୁପ୍‌ ଏହି ୬ଟି  ବିମାନବନ୍ଦର ପରିଚାଳନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.