ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରାଜ୍ୟରେ ଖୋଲିବ ୨ଶହ ଗୋଶାଳା: ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଗୋ-ପାଳନକୁ ପ୍ରୋତ୍ସାହନ, ବଢ଼ିବ ସବ୍‌ସିଡି

ଭୁବନେଶ୍ୱର,୩୦/୦୬: ରାଜ୍ୟରେ ଖୋଲିବ  ୨ଶହ ଗୋଶାଳା । ଗୋ-ପାଳନକୁ ଦିଆଯିବ ପ୍ରୋତ୍ସାହନ ।  ଦୁଗ୍ଧ ବନ୍ୟା ଯୋଜନାରେ ଚାଷୀଙ୍କୁ ଗୋପାଳନ ପାଇଁ  ସୁବିଧା ସୁଯୋଗ ଦିଆଯିବ । ଗୋକୁଳ ଓ କ୍ଷୀରଧାରା  ଯୋଜନାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରାଯିବ। ସେହିପରି ରାଜ୍ୟରେ ଗୋ-ଚାଲାଣ ବନ୍ଦ କରିବାକୁ ସବୁ  ପ୍ରକାର ପଦକ୍ଷେପ ନିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ  ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚେତାବନୀ ଦେଇଛନ୍ତି ।

 ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ରାଜ୍ୟରେ ଦୁଗ୍ଧ  ଉତ୍ପାଦନ ବୃଦ୍ଧି ପାଇଁ ଗୋ-ପାଳନକୁ ପ୍ରୋତ୍ସାହନ  ଦିଆଯିବ । ଗୋ-ପାଳନ ପାଇଁ ଦିଆଯାଉଥିବା  ସବସିଡି ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ପ୍ରାଣୀ  ରୋଗର ନିଦାନ ପାଇଁ ପ୍ରତି ବ୍ଲକରେ ଖୋଲିବ ପ୍ରାଣୀ  ରୋଗ ପ୍ରତିଷ୍ଠାଗାର । ଫଳରେ ଅଧିକ ପ୍ରାଣୀଙ୍କ  ଚିକିତ୍ସା ସୁବିଧାରେ ହେବ ବୋଲି ମନ୍ତ୍ରୀ କହିଛନ୍ତି । 

ସେହିପରି ରାଜ୍ୟରେ ଅଧିକ ସଂଖ୍ୟକ କ୍ଷୁଦ୍ର ଓ  ମଧ୍ୟମ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯିବ । ଏମ୍‌ଏସ୍‌ଏମ୍‌ଇ  ବିଭାଗ ଜରିଆରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଶିଳ୍ପ  ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହନ ଦିଆଯିବ । ନୂଆ ଶିଳ୍ପର  ବିକାଶ କରାଯିବା ସହ ରାଜ୍ୟରେ ଥିବା ରୁଗ୍‌ଣ ଶିଳ୍ପଗୁଡ଼ିକୁ  ପୁନରୁଦ୍ଧାର କରାଯିବ । ପ୍ରତି ବ୍ଲକରେ ଭିତ୍ତିଭୂମି ବିକାଶ  କରାଯିବ । ଏ ନେଇ ଶିଳ୍ପପତିଙ୍କ ସହ ଆଲୋଚନା  ସରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।  

ରପ୍ତାନିର ୪୦% ଏହି ବିଭାଗରୁ ହେଉଥିବାରୁ ଏହାକୁ  ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ରାଜ୍ୟରେ ଅଧିକ ମାଛ ଚାଷ କରାଯିବ । ଏଥିପାଇଁ  ମତ୍ସ୍ୟ ମିଶନ ଜରିଆରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ  ଦିଆଯିବ । ମାଛ ଚାଷ ବଢ଼ିବା ସହ ଗ୍ରାମାଞ୍ଚଳରେ  ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ ।  ଏ ନେଇ ଭିତ୍ତିଭୂମି ବିକାଶ କରାଯିବ । ଯାହାଦ୍ୱାରା ରାଜ୍ୟରେ  ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ମନ୍ତ୍ରୀ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.