ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଏସ୍‌ସିବି ଆଶୁ ଚିକିତ୍ସା କେନ୍ଦ୍ରରେ ଅଭାବନୀୟ ସ୍ଥିତି ,ମୋବାଇଲ୍‌ ଟର୍ଚ୍ଚ ଆଲୁଅରେ ଜରୁରି ଚିକିତ୍ସା

କଟକ,୦୨/୦୭: ଏସ୍‌ସିବି ଡାକ୍ତରଖାନାରେ ବିଜୁଳି କାଟ ସମୟରେ ଆଶୁ ଚିକିତ୍ସା କେନ୍ଦ୍ର ତଥା ଜରୁରିକାଳୀନ ଚିକିତ୍ସା କେନ୍ଦ୍ର ଅନ୍ଧାର ହୋଇଯାଉଛି । ଫଳରେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ୍‌ ଟର୍ଚ୍ଚ ଆଲୁଅରେ ଗୁରୁତର ରୋଗୀମାନଙ୍କର ଜରୁରି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳୁଛି । ଏପରି ଅଭାବନୀୟ ସ୍ଥିତି ସୋମବାର ରାତିରେ ଏସ୍‌ସିବି ଆଶୁ ଚିକିତ୍ସା କେନ୍ଦ୍ରରେ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୧୦ଟା ୧୫ ମିନିଟ୍‌ ସମୟରେ ହଠାତ୍‌ ବିଜୁଳି କାଟ୍‌ ହୋଇଯାଇଥିଲା । ଫଳରେ ଆଶୁ ଚିକିତ୍ସା କେନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା । ଅନ୍ଧାର ଯୋଗୁଁ ଗୁରୁତର ରୋଗୀଙ୍କ ଚିକିତ୍ସା ଠପ୍‌ ହୋଇଯାଇଥିଲା । ଅନ୍ଧାର ମଧ୍ୟରେ ୱାର୍ଡ ଭିତରେ ଚଳପ୍ରଚଳ ଭିତରେ ଚଟାଣରେ ପଡ଼ିଥିବା ରୋଗୀଙ୍କ ଉପରେ ଅନ୍ୟମାନେ ଚଢ଼ିଯିବାରୁ ଏକ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କରେଣ୍ଟ୍‌ ଆସିବାରେ ବିଳମ୍ବ ହେବାରୁ ରୋଗୀଙ୍କ ସମ୍ପର୍କୀୟମାନେ ନିଜ ପକେଟ୍‌ରୁ ମୋବାଇଲ୍‌ ଆଲୁଅ ଜାଳିବାରୁ କେତେକ ଗୁରୁତର ରୋଗୀଙ୍କୁ ସାଲାଇନ୍‌ ଦିଆଯିବା ସହ କିଛି ଜରୁରି ଚିକିତ୍ସା କରାଯାଇଥିଲା । ଅନ୍ୟପକ୍ଷରେ ମୋବାଇଲ୍‌ର ମିଞ୍ଜିମିଞ୍ଜି ଆଲୁଅରେ ଇଞ୍ଜେକସନ୍‌ ଦେବା ଏବଂ ରକ୍ତ ନମୁନା ଆଦି ସଂଗ୍ରହ ସମେତ ଅନ୍ୟାନ୍ୟ ଚିକିତ୍ସା କରାଇବା ଅସୁବିଧା ହେବାରୁ କେତେକ ଗୁରୁତର ରୋଗୀଙ୍କ ଅବସ୍ଥା ଖରାପ ହୋଇପଡ଼ିଥିଲା । ସେହିପରି ୱାର୍ଡରେ ଅନ୍ଧାର ସାଙ୍ଗକୁ ଗୁରୁତର ରୋଗୀମାନେ ଗରମରେ ମଧ୍ୟ ଅଣନିଃଶ୍ୱାସୀ ହୋଇ ଛାଟିପିଟି ହୋଇଥିଲେ । ଗରମରୁ ମୁକ୍ତି ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ଗାମୁଛା ଏବଂ ଖବର କାଗଜ ହଲାଇ ବିଞ୍ଚି ହୋଇଥିଲେ । ପ୍ରାୟ ଅଧ ଘଣ୍ଟାଏ କାଳ ଗୁରୁତର ରୋଗୀମାନେ ଆଶୁଚିକିତ୍ସା କେନ୍ଦ୍ରରେ ଅନ୍ଧାରରେ ଯନ୍ତ୍ରଣାରେ ଛଟପଟ ହୋଇଥିବାର ଖବର ମିଳିଛି । ରାଜ୍ୟର ଏହି ପ୍ରମୁଖ ହସ୍ପିଟାଲ୍‌ରେ ବିଜୁଳି କାଟ ସମୟରେ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର ଅନ୍ଧାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ଧାରରେ ଗୁରୁତର ରୋଗୀଙ୍କୁ ଟର୍ଚ୍ଚ ଆଲୁଅରେ ଚିକିତ୍ସା କରାଇବା ଘଟଣାକୁ ନେଇ ରୋଗୀ ସମ୍ପର୍କୀୟମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.