ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଆଶ୍ରମ ବିଦ୍ୟାଳୟରେ ମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ୍, ସ୍କୁଲ ପରିଦର୍ଶନ କରି ପିଲାଙ୍କୁ ପାଠ ପଢାଇଲେ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର, ୦୪/୦୭ : ଅଚାନକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ପହଞ୍ଚିଲେ ମନ୍ତ୍ରୀ।  ସ୍କୁଲ ବୁଲିଲେ, ସ୍ଥିତି ପରଖିଲେ ଆଉ ପିଲାଙ୍କୁ ପାଠ ପଢାଇଲେ। ପୋଲସରା ବ୍ଳକ ପାଣ୍ଡିରିପଡା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ସରପ୍ରାଇଜ୍ ଭିଜିଟ୍‌ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। 

ସୂଚନାନୁଯାୟୀ, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଚାନକ ପୋଲସରା ବ୍ଳକ ପାତାଳସିଙ୍ଗି ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟ ଗସ୍ତରେ ପହଞ୍ଚିଛନ୍ତି। ସ୍କୁଲ୍ ପରିଦର୍ଶନରେ ଯାଇ ମନ୍ତ୍ରୀ ଆଶ୍ରମରେ ଥିବା ପିଲାମାନଙ୍କୁ ପାଠ ପଢାଇଛନ୍ତି। ଏହା ସହ ପିଲାମାନଙ୍କୁ ରାଜ୍ୟ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ନାମ ମଧ୍ୟ ପଚାରିଛନ୍ତି। ଏହା ସହ ଭଲ ପାଠ ପଢି ଭଲ ମଣିଷ ହେବାକୁ ଉପଦେଶ ଦେଇଛନ୍ତି। 

ମନ୍ତ୍ରୀ ପିଲାମାନଙ୍କୁ ପାଠ ପଢ଼ାଇ ଅହେତୁକ ଆନନ୍ଦ ଅନୁଭବ କରିଛନ୍ତି। ଏହାପରେ ଆଶ୍ରମରେ ଥିବା ରୋଷେଇ ଶାଳରେ ପହଞ୍ଚି ରୋଷେଇ ହୋଇଥିବା ଖାଦ୍ୟ ଦେଖିବା ସହିତ ଏହାର ମାନ ଯାଞ୍ଚ୍ କରି ପାଚିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଶ୍ରମରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଆଶ୍ରମର ସୁବିଧା ଅସୁବିଧା ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ଆଶ୍ରମରେ ପାଣି ସଠିକ୍ ଭାବେ ନିଷ୍କାସନ ହେଉନଥିବାରୁ ସ୍କୁଲ ପରିସରରେ ପାଣି ରହୁଥିବା ବିଷୟ ଅବଗତ ପରେ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ସମୟରେ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ବାଳ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.