ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଭାପୁର ତହସିଲ କାର୍ଯ୍ୟାଳୟରେ ବଡ ଧରଣର ବିସ୍ଫୋରଣ, ଉଡିଲା ଘରର ଛାତ ଓ କାନ୍ଥ, ଜଣେ ଗୁରୁତର ୩ ଆହତ

ଭାପୁର, ୦୪/୦୭ : ନୟାଗଡ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟରେ ବଡ ଧରଣର ବିସ୍ଫୋରଣ ଘଟିଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ, କାନ୍ଥ ଉଡିଯାଇଥିବା ବେଳେ ଗୋଟିଏ ବଡ ଜାମୁ ଗଛ ପୋଡି ଯାଇଛି। ଘରେ ଭିତରେ ରହୁଥିବା ଗୋଟିଏ ପରିବାରର ଛଅ ଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଏକ ସରକାରୀ ବାସଭବନରେ ତହସିଲର ଜଣେ କର୍ମଚାରୀ କୈଳାସ ଦାଶ ରହୁଥିଲେ। ଘରେ ପରିବାର ଲୋକେ ଶୋଇଥିବା ବେଳେ ଭୋର ସାଢେ ତିନିଟାରେ ଘର ଭିତରେ ଗ୍ୟାସ୍ ଟାଙ୍କି ଫାଟି ବଡ ଧରଣର ବିସ୍ଫୋରଣ ଘଟିଥିଲା। ପରିବାର ଲୋକେ ଭୟଭୀତ ହୋଇ ଚିତ୍କାର କରିବା ସହିତ ବାଡିପଟକୁ ବାହାରି ଆସିଥିଲେ। କୈଳାସ ଦାଶ ଆହତ ହୋଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି‌। 

କୈଳାସ ପଲଙ୍କ ଉପରେ ଶୋଇଥିବା ବେଳେ ମଶାରୀ ଟାଣି ତାଭିତରେ ଟେବୁଲ ଫ୍ୟାନ ଲଗାଇ ଥିଲେ। ଫ୍ୟାନ ଭିତରେ ମଶାରୀ ଗୁଡେଇ ହୋଇ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଘରର ଖଟ, ଆସବପତ୍ର ପୋଡି ଯିବା ସହିତ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଫଳରେ ବଡଧରଣର ବିସ୍ଫୋରଣ ଘଟିଥିଲା। କ୍ୱଟରର ଛାତ, କାନ୍ଥ, ଉଡିଯାଇଥିବା ବେଳେ ଘର ଆଗରେ ଥିବା ଜାମୁ ଗଛ ଜଳିଯାଇଥିଲା। କୈଳାସ ଦାଶ ଆହତ ହୋଇଥିବା ବେଳେ ତାଙ୍କର ଧର୍ମପତ୍ନୀ ସାମନ୍ୟ ଆହତ ହୋଇଛନ୍ତି। ତାଙ୍କର ମାଆ ଓ ପୁଅ ଝିଅ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.