ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର

ଉମରକୋଟ, ୦୨/୦୭ : ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ଷୀ ପଞ୍ଚାୟତର ଜୁନାପାଣି ଗ୍ରାମରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ମା ଓ ଦୁଇ ନାବାଳିକା। 

ସୂଚନାନୁଯାୟୀ, ହିରାମଣି ଭତରା ଓ ତାଙ୍କ ଦୁଇ ନାବାଳିକା ଝିଅ, ବନିତା ଭତରା ଓ ନନ୍ଦନି ଭତରା ସୋମବାର ଜଙ୍ଗଲରୁ ଆଣିଥିବା ଛତୁ ଓ ଘରେ ପାଳ ଗଦାରେ ଫୁଟିଥିବା ଛତୁକୁ ମିଶାଇ ରାନ୍ଧି ଘରର ସମସ୍ତ ସଦସ୍ୟ ଖାଇଥିଲେ। ଖାଇବାର କିଛି ସମୟ ପରେ ହିରାମଣିକୁ ଝାଡା ଓ ବାନ୍ତି ହୋଇଥିଲା। ପରେ ଦୁଇ ଝିଅ ବନିତା ଓ ନନ୍ଦନିଙ୍କୁ କେବଳ ବାନ୍ତି ହୋଇଥିଲା। ପ୍ରବଳ ଝାଡା ଓ ବାନ୍ତି ହେବା ଫଳରେ ତିନିଜଣ ଯାକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତିନି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.