ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ, ମୁଣ୍ଡିଆ ମାରି ତୃତୀୟ ମହଲାରେ ପ୍ରବେଶ କଲେ ମୋହନ ମାଝୀ

ଭୁବନେଶ୍ୱର ୦୪/୦୭:  ଲୋକସେବା  ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଣ୍ଡିଆ ମାରି ଲୋକସଭା ଭବନକୁ କଲେ ପ୍ରବେଶ । ଆଜି ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟରେ ବସି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଗୁରୁବାର ସକାଳେ ମନ୍ତ୍ର ଧ୍ବନିରେ କମ୍ପିଲା ଲୋକସେବା ଭବନର ତୃତୀୟ ମହଲା ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ୭ ନୈଷ୍ଟିକ ବ୍ରାହ୍ମଣଙ୍କ ଦ୍ବାରା କାର୍ଯ୍ୟାଳୟ ହେଲା ପୂଜାର୍ଚ୍ଚନା। ପରେ ଲୋକସଭା ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳ ଓ ବରିଷ୍ଠ ସଚିବମାନେ ପୁଷ୍ପଗୁଛ ସ୍ବାଗତ କରାଯାଇଥିଲା। ସଚିବାଳୟରେ ପ୍ରବେଶ ପଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ। ପରେ ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟ କାମ ଆରମ୍ଭ କରିଥିଲେ। 

ଗତ ଜୁନ୍‌ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେଇଥିଲେ ଶ୍ରୀ ମାଝୀ ।  ଶପଥ ଗ୍ରହଣ ପରେ ତତ୍କାଳ ସେଇ  ସନ୍ଧ୍ୟାରେ ହିଁ ସଚିବାଳୟରେ କ୍ୟାବିନେଟ  ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।  ମାତ୍ର ସଚିବାଳୟରେ ତାଙ୍କ କାର୍ଯ୍ୟାଳୟ  ପ୍ରସ୍ତୁତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ  ମାଝୀ ରାଜ୍ୟ ଅତିଥି ଭବନରୁ ନିୟମିତ  କାର୍ଯ୍ୟ ଚଳାଇଥିଲେ । ରାଜ୍ୟ ଅତିଥି ଭବନ  ପାଲଟିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ।  ସେଠାରେ ନିୟମିତ ବିଭିନ୍ନ ବୈଠକ କରୁଥିଲେ  ମୁଖ୍ୟମନ୍ତ୍ରୀ । ପ୍ରତିଦିନ ଶହଶହ ଲୋକେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ବି ଜଣାଉଥିଲେ। ୨୨ ଦିନ ପରେ  ଆଜିଠୁ ନିୟମିତ ଭାବେ ସଚିବାଳୟର ତୃତୀୟ ମହଲାରୁ କାର୍ଯ୍ୟ କରିବେ ମୁଖ୍ୟମନ୍ତ୍ରୀ । 


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.