ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରାତାରାତି ବଲେ ବଲେ ଢ଼ାବାରୁ କିଏ ଖୋଲି ନେଲା ଆସବାବପତ୍ର, ଦାୟିତ୍ଵରେ ରହିଥିବା କନିଷ୍ଠ ଯନ୍ତ୍ରୀ କିଏ ?

ଚଣ୍ଡିଖୋଲ, ୦୨/୦୭ : ବିବାଦ ଘେରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଠାରେ ଥିବା ବଲେ ବଲେ ଢାବା। ଏହି ଢାବାକୁ ନେଇ ବିବାଦ ଥମୁ ନଥିବା ବେଳେ ସୋମବାର ରାତିରେ ଏଠାରୁ ସମସ୍ତ ଆସବାବପତ୍ର ଖୋଲି ନିଆଯାଇଥିବା ଦେଖିବାକୁ ମିଳିଛି। ଆଜି ଏହି ଫୁଡ୍ କୋର୍ଟକୁ ସିଲ୍ କରାଯିବ ବୋଲି ଗତକାଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଥିଲେ। ତେବେ ଏସବୁକୁ କିଏ ଖୋଲି ନେଲା ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ବେଆଇନ ଭାବେ ଦଖଲ ହୋଇଥିବା ଘରଟି ବ୍ଲକ ପକ୍ଷରୁ ଆମ ଗାଁ ଆମ ବିକାଶ ପାଣ୍ଠି ଏବଂ ଜିଆଇଏ ପାଣ୍ଠିରୁ ତିଆରି କରଯାଇଛି ବୋଲି ବିଡିଓ ସ୍ବୀକାର କରିଛନ୍ତି। ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଫୁଡ୍ କୋର୍ଟ ଘରଟି ଧର୍ମଶାଳା ବ୍ଲକର ରତ୍ନାକର ସାହୁ ନାମକ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ଵରେ ଥିଲା। ବିଡିଓଙ୍କ ସୂଚନା ଅନୁଯାୟୀ ଏହାର ସମସ୍ତ ବିଲ୍ କରାଯାଇ ନାହିଁ। ଏପରି ସ୍ଥଳେ କନିଷ୍ଠ ଯନ୍ତ୍ରୀ ଜଣକ ଘରୋଇ ଲୋକଙ୍କୁ କିପରି ହୋଟେଲ ଚଳାଇବାକୁ ଦେଲେ ତାହା ତଦନ୍ତ ସାପେକ୍ଷ। 

ସରକାରୀ ଅର୍ଥରେ ନିର୍ମିତ ଗୋଟିଏ ଘରକୁ ଘରୋଇ ଲୋକଙ୍କ ହାତରେ ଟେକି ଦେବାକୁ କିଏ ନିର୍ଦ୍ଦେଶ ଦେଇଥିଲା ? ସରକାରୀ ଖାତାରେ ଅସମ୍ପୂର୍ଣ୍ଣ ଥିବା ଏହି ଘରଟି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ଵରେ ରହିଥିବା ବେଳେ ବିଡିଓ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନାମ କାହିଁକି କହୁ ନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପ୍ରଥମରୁ ବିଡିଓ ଏହି ବେଆଇନ ଢ଼ାବାକୁ ସିଲ୍ କଲେ ନାହିଁ କାହିଁକି ? ତେବେ ଗତ ଦୁଇ ଦିନ ତଳେ ବ୍ଲକ ପକ୍ଷରୁ ଏହି ବଲେ ବଲେ ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ। ଆଜି ଶେଷ ଦିନ ହୋଇଥିବା ବେଳେ ହୋଟେଲଟିକୁ ସିଲ୍ କରାଯିବ ବୋଲି ବିଡିଓ କହିଛନ୍ତି। 





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.