ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଘୋଷଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ ୦୨/୦୭: ଆଜି ରଥଯାତ୍ରା ପ୍ରସ୍ତୁତି ପର୍ବର ଅନ୍ତିମ ସମୀକ୍ଷା ବୈଠକ  ବସୁଛି । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ରହି ସମୀକ୍ଷା କରିବେ । ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ  ବହୁ କେନ୍ଦ୍ରୀୟ ନେତା, ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ କାର୍ଯ୍ୟକ୍ରମ ରହିଛି । ତେଣୁ ସୁରକ୍ଷା, ସୁବନ୍ଦୋବସ୍ତ ପ୍ରମୁଖ ଅଂଶ । ଏହା  ସହିତ ମହାପ୍ରଭୁଙ୍କ ୪ ଦ୍ୱାର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ,  ନିୟମିତ ଠିକ୍‌ ଭାବେ ନୀତିକାନ୍ତି ସମ୍ପନ୍ନ ଓ ଶୃଙ୍ଖଳିତ ଦର୍ଶନ  ତଥା ସ୍ଲଟ୍‌ ବୁକିଂ କରି ଦର୍ଶନ ବ୍ୟବସ୍ଥା, ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର  ସୁରକ୍ଷା, ୫୦୦ କୋଟିର କପର୍ସ ଫଣ୍ଡ୍‌ର ବିନିଯୋଗ ଭଳି  ସରକାରଙ୍କ ଆଗରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଆହ୍ୱାନ ରହିଛି ।

ସୂଚନା ମୁତାବିକ, ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ମିନିଟ୍‌ରେ ଏହି ବୈଠକ ବସିବ । ଏନେଇ ପ୍ରଶାସନ ପକ୍ଷରୁ  ସୂଚିତ କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର  ବହୁ ମନ୍ତ୍ରୀ ଓ ସଚିବଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୁରୀ ସହରର ରାସ୍ତା, ସଫେଇ, ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ  ଅବସ୍ଥାରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ବୈଠକରେ  ଉପସ୍ଥିତ ବୁଦ୍ଧିଜୀବୀ, ସେବାୟତ, ସାମ୍ବାଦିକଙ୍କ ମତାମତକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.