ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଓଡିଶାରେ ୪ ଦିନ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବେ, ସମୁଦ୍ରକୂଳ ବୁଲିବେ...

ଭୁବନେଶ୍ୱର,୦୨/୦୭: ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ । ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତି ୯ ତାରିଖ ଯାଏ ରହିବେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏନେଇ ସୂଚନା  ଦେଇ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତରେ ସୁରକ୍ଷା  ବ୍ୟବସ୍ଥା କଡ଼ାକଡି କରାଯିବ । ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବ ।  ରହଣିଠୁ ସ୍ୱାସ୍ଥ୍ୟସେବା ଚିକିତ୍ସା ଓ ଯା’ ଆସ  କରିବାକୁ ଥିବା ରାସ୍ତାର ରକ୍ଷଣାବେକ୍ଷଣ, ପରିମଳ  ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ । ଉତ୍ସବସ୍ଥଳରେ ଯେମିତି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ  ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ।  

ଶ୍ରୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା  ଭବନରେ ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ନେଇ  ଏକ ସମୀକ୍ଷା ବୈଠକ ହୋଇଥିଲା । ରାଜ୍ୟ ଗୃହ  ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା  ରାଷ୍ଟ୍ରପତିଙ୍କ ଗସ୍ତର ବିସ୍ତୃତ ସୂଚନା ଉପସ୍ଥାପନ  କରିଥିଲେ । ରାଷ୍ଟ୍ରପତି ଜୁଲାଇ ୬ ସନ୍ଧ୍ୟାରେ  ଜୟଦେବ ଭବନଠାରେ ଉତ୍କଳମଣି ପଣ୍ଡିତ  ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ  ଯୋଗଦେବେ । ତା’ ପରଦିନ ପୁରୀ ଗସ୍ତ କରି  ଅପରାହ୍ଣରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦର୍ଶନ  କରିବେ । ୮ ତାରିଖ ସକାଳେ ରାଷ୍ଟ୍ରପତିଙ୍କର  ପୁରୀ ସମୁଦ୍ର କୂଳରେ ମର୍ଣ୍ଣି ୱାକ୍‌ କାର୍ଯ୍ୟକ୍ରମ  ରହିଛି । ସେଠାରୁ ଭୁବନେଶ୍ୱର ଫେରି ପୂର୍ବାହ୍ଣରେ  ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ  କରିବେ । ବିଭୂତି କାନୁନ୍‌ଗୋ କଲେଜ ଅଫ ଆର୍ଟ  ଆଣ୍ଡ କ୍ରାଫ୍ଟସ୍‌ର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ  କରିବେ । ସେଦିନ ଅପରାହ୍ଣରେ ସେ ମେଣ୍ଢାଶାଳ  ହରିଡ଼ାମଡ଼ାସ୍ଥିତ ଡିଭାଇନ୍‌ ରିଟ୍ରିଟ୍‌ ସେଣ୍ଟର  (ଡିଆରସି)ରେ ଏକ କାର୍ଯ୍ୟକ୍ରମରେ ଯୋଗ  ଦେବେ । ୯ ତାରିଖ ପୂର୍ବାହ୍ଣରେ ଜଟଣୀସ୍ଥିତ  ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ  (ନାଇଜର)ର ତ୍ରୟୋଦଶ ସ୍ନାତକ ସମାରୋହ  ଉତ୍ସବରେ ମୁଖ୍ୟ ଅତିଥି ସାଜିବେ । ସେହିଦିନ  ଅପରାହ୍ଣରେ ସେ ନୂଆଦିଲ୍ଲୀ ଫେରିଯିବେ ।  

କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ପାନୀୟଜଳ  ଯୋଗାଣ, ବସିବା ବ୍ୟବସ୍ଥା, ବ୍ୟାରିକେଡିଂ,  କାରକେଡ୍‌, ଆବଶ୍ୟକ ପାସ୍‌, କାର୍ଯ୍ୟକ୍ରମର  ଗଣମାଧ୍ୟମରେ ପ୍ରସାର ଓ ସୂଚନା ପ୍ରଦାନ,  ଇଣ୍ଟରନେଟ୍‌ ସୁବିଧା, ଅଗ୍ନି ନିର୍ବାପକ  ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି ।  ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବାଠୁ ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦାନ ସହ ଫେରିବା ଯାଏ  ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ  ଆହୁଜା ପୁଙ୍ଖାନୁପୁଙ୍ଖ ଅବଗତ ହୋଇଥିଲେ । 

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଦେଓରଞ୍ଜନ କୁମାର ସିଂ, ଉନ୍ନୟନ  କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ  ଅରୁଣ କୁମାର ଷଡ଼ଙ୍ଗୀଙ୍କ ସହ ଅନ୍ୟ ବରିଷ୍ଠ  ପଦାଧିକାରୀମାନେ ଉପସ୍ଥିତ ଥିଲେ । ପୁରୀ  ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଆଭାସୀ  ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.