ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ମହିଳା ଶ୍ରମିକ ମୃତ

ଝରିଗାଁ, ୩୦।୬: ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଜଣେ ମହିଳା ଶ୍ରମିକ ମୃତ୍ୟୁ ହୋଇଥିବା ସୂଚନା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିତାବେଡ଼ା ଗ୍ରାମର ପଦମନ ହରିଜନଙ୍କ ସ୍ତ୍ରୀ ୫୫ ବର୍ଷୀୟ ମନମତି ହରିଜନ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ଅସୁସ୍ଥତା କାରଣରୁ ଗତ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଚିତାବେଡ଼ା ଗ୍ରାମର ପଦମନ ଏବଂ ମନମତି ଆଗରୁ ବହୁବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତି । କିଛି ଟଙ୍କା ରୋଜଗାର କରି ଘରକୁ ଫେରନ୍ତି । ତେବେ ଗତ ପ୍ରାୟ ୨୫ ଦିନ ତଳେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ହାଇଦ୍ରାବାଦ ଅଞ୍ଚଳର କୌଣସି ଏକ ଗ୍ରାମର ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ । ଗତ ଗୁରୁବାର ଦିନ ମନମତିଙ୍କର ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଜ୍ଵର ଅଧିକ ହେବା ସହ ବାନ୍ତି ଏବଂ ଶରୀର ପୀଡ଼ା ହୋଇଥିଲା । ଠିକାଦାର ଏହି ଖବର ପାଇବା ପରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପୁନର୍ବାର ଶ୍ରମିକମାନେ ରହୁଥିବା ଘରେ ଛାଡ଼ି ଦେଇଥିଲେ । 

ପୁଣି ଥରେ ତାଙ୍କର ଶୁକ୍ରବାର ଦିନ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଶେଷରେ ଘରେ ହିଁ ସେହି ଦିନ ରାତି ପ୍ରାୟ ୧୧ଟା ସମୟରେ ମନମତିଙ୍କ ମୃତ୍ୟୁ ହୋଇଥିଲା । ପରେ ଠିକାଦାର ଏକ ଆମ୍ବୁଲାନ୍ସ ଯୋଗେ ଝରିଗାଁ ପଠାଇବାର ବ୍ୟବସ୍ଥା କରିଥିଲେ । ଗତକାଲି ରାତି ୮ଟା ୩୦ ସମୟରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା । ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.