ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଖୁବ୍‌ଶୀଘ୍ର ୩ ହଜାର ଟଙ୍କା ବଢିବ ଭତ୍ତା : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ଵର, ୦୨/୦୭ : ଖୁବ୍‌ଶୀଘ୍ର ବଢିବ ଭତ୍ତା ଟଙ୍କା। ବିଭିନ୍ନ ବର୍ଗଙ୍କୁ ମିଳୁଥିବା ସହାୟତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି ପାଇବ। ଏନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ଅର୍ଥ ବିଭାଗ ସହ ଆଲୋଚନା ପରେ ଏହା କାର୍ଯ୍ୟକାରୀ ହେବ।   

ବଜାରରେ ଦରଦାମ୍‌ ହୁ ହୁ ହୋଇ ବଢିଲାଣି। ଡାଲି, ତେଲରୁ ଆରମ୍ଭ କରି ପନିପରିବା ଯାହାକୁ ହାତ ମାରିଲେ କରେଣ୍ଟ ଲାଗୁଛି। ବାର୍ଦ୍ଧକ୍ୟ ଭତ୍ତା ଯାହା ମିଳୁଛି ସମୁଦ୍ରକୁ ଶଙ୍ଖେ। ଛଟପଟ ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ବୁଢ଼ାବୁଢ଼ି । ଆହା କହିବାକୁ କେହି ନାହିଁ। ପଡ଼ୋଶୀ ରାଜ୍ୟରେ ଭତ୍ତା ପରିମାଣ ଢେର ଅଧିକ। ଆମ ରାଜ୍ୟରେ ହଜାରେ ଟଙ୍କାରେ ଏହା ସୀମିତ । ବୃଦ୍ଧାବସ୍ଥାରେ ମାତ୍ର ୧ ହଜାର ଟଙ୍କାରେ ଜୀବନ କାଟିବା ସମ୍ଭବ ହେଉନି। ତେଣୁ ସରକାର ଏ ବାସ୍ତବତାକୁ ବିଚାରକୁ ନିଅନ୍ତୁ । ବାର୍ଦ୍ଧକ୍ୟ ଭତ୍ତା ବଢ଼ାନ୍ତୁ ବୋଲି ଦାବି ଜୋର ଧରିଲାଣି। 

ବିଜେପି କ୍ଷମତାକୁ ଆସିଲେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ବା ପେନ୍‌ସନ ମିଳିବ । ୮୦% ଅକ୍ଷମ ଥିବା ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଲେଖାଏଁ ମାସିକ ଭତ୍ତା ମିଳିବ ବୋଲି ଭୋଟ ପୂର୍ବରୁ ସଂକଳ୍ପପତ୍ରରେ ଏ ପ୍ରତିଶ୍ରୁତି ଦେଇଥିଲା ବିଜେପି। ସଂକଳ୍ପପତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଧାନ ଏମଏସପି ଓ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି। ତେଣୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତାକୁ ସର୍ବନିମ୍ନ ୩ ହଜାର କରିବାକୁ ନୂଆ ସରକାର ପଦକ୍ଷେପ ନେଇ ନିଜ ସଂକଳ୍ପ ପ୍ରତିଶ୍ରୁତି ପୂରଣ କରିବାକୁ ବରିଷ୍ଠ ନାଗରିକମାନେ ଅନୁରୋଧ କରିଛନ୍ତି। 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.