ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

୯ କୋଟି ୫୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଠକେଇ ଅଭିଯୋଗ, ଛତିଶଗଡ଼ରୁ ଠକକୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ଵର, ୦୪/୦୭ : ୯ କୋଟି ୫୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଠକେଇ ଅଭିଯୋଗରେ ଠକ ଗିରଫ। ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଚେକ୍ କ୍ଲୋନିଙ୍ଗ୍ କରିଥିବା ଘନଶ୍ୟାମ ଆହୁଜାଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ। ଛତିଶଗଡ଼ ରାଏପୁରରୁ ଘନଶ୍ୟାମଙ୍କୁ ଗିରଫ କରାଯାଇଛି। ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇଛି। 

ସୂଚନାନୁଯାୟୀ, ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ୍ ମ୍ୟାନେଜର ସୁଜାତା କାନୁନଗୋ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ବେଆଇନ ଭାବେ ଟ୍ରାଞ୍ଜାକ୍ସନ ହୋଇଥିବା ନେଇ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ଘନଶ୍ୟାମ ଅହୁଜାକୁ ଇଓଡବ୍ଲ୍ୟୁ ଗିରଫ କରିଛି। ଅଭିଯୁକ୍ତ ଘନଶ୍ୟାମ ଅହୁଜା ଛଦ୍ମନାମ ରକି କିଙ୍ଗ୍ରାନି। ସେ ଅହୁଜା ଆଣ୍ଡ ଆସୋସିଏଟ୍ସର ମାଲିକ। ସେ ନିଜକୁ ସିଏ ବୋଲି ଦାବି କରୁଛନ୍ତି। ରାୟପୁରରେ ତାଙ୍କର କାର୍ଯ୍ୟାଳୟ ରହିଛି। ରକି କିଙ୍ଗ୍ରାନି ନାମରେ ତାଙ୍କର ଆଧାର କାର୍ଡ ମଧ୍ୟ ରହିଛି। ଅଭିଯୁକ୍ତ ଘନଶ୍ୟାମ ଅହୁଜାର ଛତିଶଗଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶାରେ ଏକ ବିରାଟ ନେଟୱାର୍କ ରହିଛି। ଏହି ଗ୍ୟାଙ୍ଗ୍ ଦୀର୍ଘ ୪ ବର୍ଷ ହେବ ଚେକ୍ କ୍ଲୋନିଂ, ଏକାଧିକ ସ୍ତରର ଟଙ୍କା ସ୍ଥାନାନ୍ତର, ବେଳେବେଳେ ଖଚର ଆକାଉଣ୍ଟ ବ୍ୟବହାର କରି ସୂଚନା ନେଟୱାର୍କ ବ୍ୟବହାର କରି ଏହିପରି ଠକେଇ କରୁଥିଲେ। ତଦନ୍ତ ପରେ EOW ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ କରିଛି। 

ଅଭିଯୁକ୍ତ ଘନଶ୍ୟାମ ଅହୁଜାଠାରୁ ଲାପଟପ୍, ଦୁଇଟି ମୋବାଇଲ୍, ତିନୋଟି ପେନ୍ ଡ୍ରାଇଭ୍ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଏବଂ ଏଟିଏମ୍ କାର୍ଡ ଜବତ କରାଯାଇଛି। ଜଣେ ଅଭିଯୁକ୍ତ, ପିଟି କନଷ୍ଟ୍ରକସନ ଏବଂ ଯୋଗାଣକାରୀ ମାଲିକ ପୋମେଶ ଟେମ୍ବରେ ଏହି ମାମଲାରେ ଗିରଫ ହୋଇ ବର୍ତ୍ତମାନ ସୁଦ୍ଧା ନ୍ୟାୟିକ ହେପାଜତରେ ଅଛନ୍ତି। ଘଟଣାର ଯାଞ୍ଚ ଚାଲିଛି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.