ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି, ବଡଦାଣ୍ଡରେ ଭାବଭକ୍ତିରେ ଏକାକାର ହେବେ ଭକ୍ତ-ଭଗବାନ

ପୁରୀ,୦୭/୦୭: ୧୯୦୯ ପରେ ୧୯୭୧ ମସିହା, ପୁଣି ୫୩ ବର୍ଷ ପରେ ୨୦୨୪ରେ ବିରଳ ଶ୍ରୀଗୁଣ୍ଡିଚା ଯାତ୍ରା । ଏକାଦିନକେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏଭଳି ଦିବ୍ୟ ମୁହୂର୍ତ୍ତରେ ସାମିଲ ହୋଇଛନ୍ତି ଅଗଣିତ ଭକ୍ତ । ବଡ଼ଦାଣ୍ଡ ଭାବଭକ୍ତିମୟ । ଉତ୍କଣ୍ଠିତ ଭକ୍ତଙ୍କ ନଜର ସିଂହଦ୍ୱାର ଉପରେ । କେତେବେଳେ ବାଇଶି ପାହାଚରେ ଉଭା ହେବେ କାଳିଆ ସାଆନ୍ତ । ପଲକେ ଦର୍ଶନରେ ଧନ୍ୟ ହୋଇଯିବ ଚର୍ମନେତ୍ର । ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉ ନାହିଁ । ବରଂ ନିଜ ସଂସାର ତଥା ଶ୍ରୀମନ୍ଦିର ଛାଡ଼ି ଅସଂଖ୍ୟ ଭକ୍ତଙ୍କୁ ଦେଖିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ମହାପ୍ରଭୁ । ଭଗବତ୍‌ ସତ୍ତାରେ ଲୀନ ହେବ ସାଂସାରିକ ମୋହ । ଭାବଭକ୍ତିରେ ଏକାକାର ହୋଇଯିବେ ଭଗବାନ ଓ ଭକ୍ତ ।      

ଘଣ୍ଟାକୁ ଘଣ୍ଟା ବଡ଼ଦାଣ୍ଡରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭଜନ କୀର୍ତ୍ତନରେ କମ୍ପୁଛି ରଥ ପଥ । ସବୁରି ପ୍ରତୀକ୍ଷା ସେହି ଦିବ୍ୟ କ୍ଷଣକୁ । ସିଂହଦ୍ୱାରରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ରଥତ୍ରୟ । ରଥାରୂଢ଼ ହେବେ ଦାରୁବ୍ରହ୍ମ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ରଥ । ମହାପ୍ରଭୁଙ୍କୁ ବକ୍ଷରେ ଧାରଣ କରି ଧନ୍ୟ ହୋଇଯିବ ପବିତ୍ର ବଡ଼ଦାଣ୍ଡ । ସେଥିପାଇଁ ଉତ୍କଣ୍ଠିତ ରଥ, ପଥ ଓ ଅଗଣିତ ଭକ୍ତ । ପ୍ରଶାସକ ଓ ସେବକଙ୍କ ଆଖିରେ ନିଦ ନାହିଁ । ପ୍ରସ୍ତୁତି ସତ୍ତେ୍ୱ ଏକମାତ୍ର ଆକାଂକ୍ଷା ପ୍ରଭୁକୃପା । କାରଣ କୁହାଯାଏ ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା ପତ୍ର ବି ହଲେନି । ଏଥର ପୁଣି ତିନି ଦିନର ନୀତିକାନ୍ତି ଗୋଟିଏ ଦିନରେ । ଏଥି ସହ ବହୁଗୁଣରେ ଶ୍ରଦ୍ଧାଳୁଙ୍କ ଆଗମନ । ଅଧିକ ବର୍ଷାର ସମ୍ଭାବନା ସାଙ୍ଗକୁ ଭିଭିଆଇପିଙ୍କ ଉପସ୍ଥିତି ବି ଚାଲେଞ୍ଜ୍‌ । ହେଲେ ଯେ କୌଣସି ସ୍ଥିତିରେ ଠାକୁରଙ୍କ ତିନି ରଥ ଟଣାଯିବା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି ସେବକ ଓ ପ୍ରଶାସକ । ଶ୍ରୀବିଗ୍ରହଙ୍କ ପହଣ୍ଡି ଅପରାହ୍ଣ ୧ଟା ୧୦ରେ ଆରମ୍ଭ ହୋଇ ୫ଟାରେ ରଥ ଟଣା ଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି ।


ରଥ ଯାତ୍ରା ପାଇଁ ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରେ ମଙ୍ଗଳ ଆଳତି ବଢ଼ି ଅଣସର ତାଟି ଫିଟିବ ୩ଟାରେ । ଅନ୍ୟାନ୍ୟ ନୀତି ହୋଇ ନେତ୍ରୋତ୍ସବ ବନ୍ଦାପନା ହେବ ୪ଟାରେ । ଏଥି ସହ ଅନ୍ୟାନ୍ୟ ନୀତି ସହ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ ଅବସରରେ ଖେଚୁଡ଼ି ଭୋଗ ହେବ ପ୍ରାତଃ ୬ଟାରୁ ୭ଟା ମଧ୍ୟରେ । ସକାଳ ସାଢ଼େ ୭ରୁ ସାଢ଼େ ୧୨ ମଧ୍ୟରେ ଦାରୁଦିଅଁଙ୍କ ସେନାପଟା ଲାଗି ସମ୍ପନ୍ନ ହେବ । ଏହା ହେଉଛି ଶ୍ରୀଜିଉଙ୍କ ପହଣ୍ଡିର ପୂର୍ବ ପ୍ରସ୍ତୁତି । ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା । ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍‌ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଯାତ୍ରାର ବିଶେଷ ପର୍ବ ରଥଟଣା ଆରମ୍ଭ ହେବ । ଅତ୍ୟଧିକ ନୀତି ରହୁଥିବାରୁ କୌଣସି ପ୍ରକାରେ ତିନି ରଥକୁ କିଛି ଦୂର ହେଲେ ମଧ୍ୟ ଟାଣି ନେବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି । ରଥ ଟଣା ବନ୍ଦ ହେଲେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ରଥଯାତ୍ରାରେ ସେବା ପ୍ରଦାନ ପାଇଁ ହଜାର ହଜାର ସ୍ୱେଚ୍ଛାସେବୀ ତତ୍ପର । ପୁଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ମାଜିଷ୍ଟ୍ରେଟ ଓ ଫୋର୍ସଙ୍କୁ ମୁତୟନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ରଥଟଣା ଦୁଇଦିନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିଛି । ରବିବାର ଓ ସୋମବାର ସରକାରୀ ଛୁଟି ଥିବାରୁ ଲୋକେ ଏବେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.