ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୁଣି ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ : ଦଶାହ କର୍ମ ବେଳେ ୨ ଭାଇଙ୍କ ସଲିଳ ସମାଧୀ

Published By : Prameya | October 1, 2024 2:41 PM


ପୁରୀ,୧।୧୦ : ପୁଣି ନରେନ୍ଦ୍ର ପୁଷ୍କରିଣୀ ଦଶତୁଠରେ ଘଟିଛି ଅଘଟଣ। ଦଶାହ କର୍ମ ଚାଲିଥିବାବେଳେ ୨ ଭାଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଭୟ ହେଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ରାଜ କିରଣ ଶତପଥି (୨୩) ଓ ତାଙ୍କ ପିଉସୀ ପୁଅ ଭାଇ ନଳିନୀକାନ୍ତ ଶତପଥୀ (୨୭)। 

ରାଜ କିରଣଙ୍କ ବୁଢ଼ୀମା' ତଥା ନଳୀନିକାନ୍ତଙ୍କ ଆଈଙ୍କ ଦେହାନ୍ତ ହୋଇଥିଲା। ନରେନ୍ଦ୍ରରେ ଦଶାହ କର୍ମ କରିବା ପାଇଁ ୪ ଦିନ ତଳୁ ରାଜ କିରଣ ଓ ନଳିନୀକାନ୍ତ ଏବଂ ଉଭୟଙ୍କ ପରିବାର ଲୋକେ ପୁରୀ ଆସିଥିଲେ। ଚୁଡ଼ାପଟି ଗଳି ସ୍ଥିତ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମରେ ସେମାନେ ରହିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେମାନେ ନରେନ୍ଦ୍ର ପୁଷ୍କରିଣୀ ଯାଇଥିଲେ। ଦଶତୁଠରେ କର୍ମ ଚାଲିଥିବାବେଳେ ଦୁଇ ଭାଇ ପାଣିରେ ସ୍ନାନ କରୁଥିଲେ। ପରିବାର ଲୋକଙ୍କ ନଜର ଆଢୁଆଳରେ ୨ ଭାଇ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କୁ ନପାଇ ପରିବାର ଲୋକେ କୁମ୍ଭାରପଡ଼ା ଥାନାରେ ଜଣାଇଥିଲେ। ସନ୍ଦେହରେ ଅଗ୍ନିଶମ ବାହିନୀ ନରେନ୍ଦ୍ର ପୁଷ୍କରିଣୀରେ ଖୋଜାଖୋଜି କରିଥିଲା। ପାଣିରେ ବୁଡ଼ିଥିବା ଅବସ୍ଥାରେ ଦୁହିଁଙ୍କୁ ପାଇଥିଲେ ଆଗ୍ନିକ। ନିସ୍ତେଜ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କୁମ୍ଭାରପଡ଼ା ଥାନା ପୁଲିସ ଶବ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ଶବ ସଂରକ୍ଷଣ ଗୃହରେ ଭର୍ତ୍ତି କରାଯାଇଛି। 

ସୂଚନାଯୋଗ୍ୟ ଯେ, ଭଉଁରୀ ଯାତ୍ରା ଦିନ ଦଶତୁଠରେ ବାଣ ବିସ୍ଫୋରଣ ଘଟି ୩୦ରୁ ଅଧିକ ଶ୍ରଦ୍ଧାଳୁ ପୋଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଅଘଟଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.