ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆର୍ଜେଣ୍ଟିନା ଫୁଟବଲ୍‌ ଦଳ ଘୋଷଣା, ଟିମ୍‌ରୁ ବାଦ୍ ପଡିଲେ ଲିଓନେଲ ମେସି

ବୁଏନସ ଏୟାରିସ,୦୪/୦୭: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆର୍ଜେଣ୍ଟିନା ଫୁଟବଲ୍‌ ଦଳ ଘୋଷଣା କରାଯାଇଛି । ପ୍ରସିଦ୍ଧ ଖେଳାଳି ଲିଓନେଲ ମେସିଙ୍କୁ ଏହି ଦଳରେ ସ୍ଥାନ  ମିଳିନାହିଁ । ସମ୍ପ୍ରତି କୋପା ଆମେରିକା କପ୍‌  ଖେଳୁଥିବା ୩୭ ବର୍ଷୀୟ ମେସି ଆହତ  ଅଛନ୍ତି । ସେ ଇକ୍ୱେଡର ବିପକ୍ଷ କ୍ୱାର୍ଟର  ଫାଇନାଲ୍‌ ଖେଳିବା ନେଇ ଆଶଙ୍କା ରହିଛି ।  

ନିୟମ ଅନୁଯାୟୀ ଅଲିମ୍ପିକ୍ସରେ ୨୩  ବର୍ଷରୁ କମ୍‌ ଖେଳାଳିଙ୍କୁ ନେଇ ଦଳ ଗଠନ  କରାଯିବ । ସମ୍ପୂର୍ଣ୍ଣ ଦଳରେ କେବଳ ୩ଜଣ  ୨୩ ବର୍ଷରୁ ଊଦ୍ଧ୍ୱର୍ ବୟସର ଖେଳାଳି ରହିପାରିବେ ।  ଜାଭିୟର ମାସ୍କେରାନୋଙ୍କୁ ଆର୍ଜେଣ୍ଟିନା ଦଳର କୋଚ୍‌  ନିଯୁକ୍ତ କରାଯାଇଛି । ୩ ସିନିୟର ଖେଳାଳି ଭାବେ  ଜୁଲିଆନ ଆଲଭାରେଜ, ନିକୋଲାସ ଓଟାମେଣ୍ଡି ଓ  ଗୋଲ୍‌ କିପର ଗେରୋନିମୋ ରୁଲିଙ୍କୁ ସ୍ଥାନ ମିଳିଛି । ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ଗ୍ରୁପ୍‌-ବି’ରେ ସ୍ଥାନ  ପାଇଛି । ଏହି ଗ୍ରୁପ୍‌ରେ ଅନ୍ୟ ଦଳ  ଭାବେ ମରକ୍କୋ, ଇରାକ ଓ ୟୁକ୍ରେନ  ରହିଛନ୍ତି । ଆର୍ଜେଣ୍ଟିନା ୨୪ତାରିଖରେ ପ୍ରଥମ  ମ୍ୟାଚ୍‌ ଖେଳିବ ଓ ମରକ୍କୋକୁ  ଭେଟିବ । ଏହା ପୂର୍ବରୁ ଦଳ  ପ୍ୟାରିସ୍‌ରେ ୨ଟି ଅଭ୍ୟାସ ମ୍ୟାଚ୍‌  ଖେଳିବାର କାର୍ଯ୍ୟକ୍ରମ ରହିଛି । 

ଦଳ: ଲିଆଣ୍ଡେ୍ରାବ୍ରେ,, ଗେରୋନିମୋ ରୁଲି  (ଗୋଲ୍‌କିପର), ମାର୍କୋ ଡି  ସିଜାରେ, ଜୁଲିଓ ସୋଲର,  ଜୋଆକ୍ୱିନ ଗାର୍ସିଆ, ଗୋଞ୍ଜାଲୋ ଲୁଜାନ, ନିକୋଲାସ  ଓଟାମେଣ୍ଡି, ବ୍ରୁନୋ ଆମିଓନ(ଡିଫେଣ୍ଡର), ଇଜେକ୍ୱେଲ  ଫର୍ଣ୍ଣାଣ୍ଡେଜ, ସାଣ୍ଟିଆଗୋ ହେଜେ, କ୍ରିଷ୍ଟିଆନ ମେଦିନା,  କେଭିନ ଜେନନ(ମିଡ୍‌ ଫିଲ୍ଡର), ଗ୍ୟୁଲିଆନୋ ସିମନ,  ଲୁସିଆନୋ ଗୋଣ୍ଡୋ, ଥିଆଗୋ ଆଲମାଡା, କ୍ଲାଉଡିଓ  ଏଚେଭେରୀ, ଜୁଲିଆନ ଆଲଭାରେଜ, ଲୁକାସ ବେଲଟ୍ରାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.