ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପୁଣି ଥରେ ଖୋଲିବ ବନ୍ଦ ହୋଇଯାଇଥିବା ସ୍କୁଲ, ରିପୋର୍ଟ ପ୍ରସ୍ତୁତ କରିବାକୁ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର, ୦୨/୦୭ : ପୁଣି ଥରେ ଖୋଲିବ ବନ୍ଦ ହୋଇଯାଇଥିବା ସ୍କୁଲ। ବିଜେଡି ସରକାର ବନ୍ଦ କରିଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାର ଯୋଜନା କରୁଛନ୍ତି। ଯେଉଁଠି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବିକୁ ଅଣଦେଖା କରାଯାଇଛି, ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ସବୁ ସ୍କୁଲ ଗୁଡିକୁ ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ। 

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରିପୋର୍ଟ ପ୍ରସ୍ତୁତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ସ୍କୁଲ ଗୁଡିକୁ ଆମେ ଖୋଲିବୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.