ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରଥଯାତ୍ରା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଦାୟିତ୍ୱ ମୁଣ୍ଡାଇବେ ୨୪ ଆଇପିଏସ୍‌

ପୁରୀ,୩୦/୦୬: ଆଉ ସପ୍ତାହକ ପରେ  ରଥଯାତ୍ରା । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ପଡ଼ୁଥିବାରୁ  ଏଥର ଦୁଇ ଦିନ ରଥଟଣା ହେବ । ଆସିବେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡ ଉଠିବ ପଡ଼ିବ । ବଡ଼ଦାଣ୍ଡରୁ ବେଳାଭୂମି  ଯାଏଁ ବି ଲାଗିବ ଗହଳି । ଗଳିକନ୍ଦିରେ ବି ହେବ  ଭିଡ଼ । ଭିଭିଆଇପିଙ୍କର ମଧ୍ୟ ଗସ୍ତ ରହିବ । ଏଥର  ଭିଭିଆଇପିରେ ମଧ୍ୟରେ ଅଛନ୍ତି ରାଷ୍ଟ୍ରପତି ଓ  କେନ୍ଦ୍ରମନ୍ତ୍ରୀ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି  ହେଲେ ଗୋଟିଏ ପଟେ ଭିଡ଼ ନିୟନ୍ତ୍ରଣ ଏବଂ ଅନ୍ୟ  ପକ୍ଷରେ ଟ୍ରାଫିକ ପରିଚାଳନାକୁ ବ୍ୟବସ୍ଥିତ କରିବା  ଆହ୍ୱାନ ହୋଇପଡିଥାଏ । ସହରବାସୀଙ୍କଠାରୁ  ଶ୍ରଦ୍ଧାଳୁଙ୍କ ଯାଏଁ କେହି ଯେମିତି ସମସ୍ୟାରେ  ପଡ଼ିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ ।  ତେଣୁ ଏଥିପାଇଁ ସବୁ ବ୍ୟବସ୍ଥାକୁ ଧ୍ୟାନ ଦେଇଥାନ୍ତି  ସରକାର । ଏଥର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ  କରିବାକୁ ବଛା ବଛା ଆଇପିଏସ୍‌ ଏବଂ ଓପିଏସ୍‌  ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । 

ଜୁଲାଇ ୭ ଓ ୮ ତାରିଖ ଶ୍ରୀଗୁଣ୍ଡିଚା, ୧୪ ତାରିଖରେ  ସନ୍ଧ୍ୟା ଦର୍ଶନ, ୧୫ରେ ବାହୁଡ଼ା ଯାତ୍ରା, ୧୭ରେ  ସୁନାବେଶ ଓ ୧୯ରେ ନିଳାଦ୍ରୀ ବିଜେ । ସୁରକ୍ଷା ଏବଂ  ସ୍ପେଶାଲ ବ୍ରାଞ୍ଚ୍‌ ବ୍ୟବସ୍ଥାକୁ ତଦାରଖ କରିବେ ରାଜ୍ୟ  ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କୁ  ଆଇଜି ଆଇପିଏସ୍‌ ଅନୁପ କୁମାର ସାହୁ, ଓପିଏସ୍‌  ଅନନ୍ତ ଚରଣ ପତି ଏବଂ ଓଏପିଏସ୍‌ ସରୋଜ  କୁମାର ମହାପାତ୍ର ସହଯୋଗ କରିବେ । ସାଧାରଣ  ପୁଲିସ ବ୍ୟବସ୍ଥାକୁ ଅତିରିକ୍ତ ଡିଜି(ଆଇନ୍‌ ଶୃଙ୍ଖଳା)  ସଞ୍ଜୟ କୁମାର ସମ୍ଭାଳିବେ । ସମ୍ପୂର୍ଣ୍ଣ ରଥଯାତ୍ରାକୁ  ସେ ନିୟନ୍ତ୍ରଣ କରିବା ବେଳେ ତାଙ୍କୁ କେନ୍ଦ୍ରାଞ୍ଚଳ  ଆଇଜି ସଞ୍ଜୟ କୁମାର କୌଶଲ ଓ ପୁରୀ ଏସ୍‌ପି  ପିନାକ ମିଶ୍ର ପରିଚାଳନାରେ ସହଯୋଗ କରିବେ । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ  ସହ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପୁରୀ ଏସ୍‌ପି ଶ୍ରୀ  ମିଶ୍ରଙ୍କୁ ସହଯୋଗ କରିବେ ଡିଆଇଜି ଡଃ. ସାର୍ଥକ  ଷଡ଼ଙ୍ଗୀ । ୨ ଦିନିଆ ଶ୍ରୀଗୁଣ୍ଡିଚାକୁ ଶୃଙ୍ଖଳିତ କରିବା  ପାଇଁ ଆଇପିଏସ୍‌ ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ମିଶ୍ର ଠିକ୍‌  ସମୟ ଭିତରେ ନୀତିକାନ୍ତି ସମାପନ କରିବାକୁ  ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ନିଯୋଗ  ସହ ଯୋଗସୂତ୍ର ରକ୍ଷା କରିବେ । ଏଥିସହ ବାହୁଡ଼ା,  ସୁନାବେଶ ଓ ନୀଳାଦ୍ରିବିଜେରେ ଭିଡ଼ ନିୟନ୍ତ୍ରଣ ଓ  ଶୃଙ୍ଖଳା ରକ୍ଷା ଦିଗରେ ତଦାରଖ କରିବେ । ଅତିରିକ୍ତ  ଡିଜି ଏସ୍‌ ଦେବଦତ୍ତ ସିଂହଙ୍କୁ କର୍ଡନ୍‌ ବ୍ୟବସ୍ଥା ଓ  ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି । 

ଶ୍ରୀଗୁଣ୍ଡିଚା ଓ  ବାହୁଡ଼ାରେ ପହଣ୍ଡି, ରଥଟଣା ଏବଂ ସୁନାବେଶରେ  କର୍ଡନ୍‌ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ସେ  ତୁଲାଇବା ବେଳେ ତାଙ୍କୁ ଏଚ୍‌ଆର୍‌ପିସି ଡିଆଇଜି  ଡଃ.ସତ୍ୟଜିତ ନାୟକ ଏବଂ ଏସ୍‌ଆର୍‌ପି ଇନ୍‌ଚାର୍ଜ  ଓପିଏସ୍‌ ମିହିର କୁମାର ପଣ୍ଡା ସହଯୋଗ କରିବେ । ଶ୍ରୀଗୁଣ୍ଡିଚା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଓ ସୁନାବେଶରେ  ଭିଡ଼ ନିୟନ୍ତ୍ରଣକୁ ତଦାରଖ କରିବେ ଡିଆଇଜି  ଡଃ. ଉମାଶଙ୍କର ଦାଶ । ତାଙ୍କୁ ଅତିରିକ୍ତ ଆଇଜି  ବି.ଗଙ୍ଗାଧର, ଅତିରିକ୍ତ ଆଇଜି ଆଇପିଏସ୍‌  ବିବେକାନନ୍ଦ ଶର୍ମା, ଓପିଏସ୍‌ ଅମରେଶ ପଣ୍ଡା  ସହଯୋଗ କରିବେ । ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱ  ମୁଣ୍ଡାଇଛନ୍ତି ଅତିରିକ୍ତ ଡିଜି ଆଇପିଏସ୍‌ ଦୟାଲ୍‌  ଗଙ୍ଗ୍‌ୱାର୍‌ । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ  ଟ୍ରାଫିକ୍‌ ବ୍ୟବସ୍ଥାକୁ ତଦାରଖ କରିବେ ଶ୍ରୀ ଗଙ୍ଗ୍‌ୱାର୍‌ ।  ତାଙ୍କୁ ଡିଆଇଜି କେ.ବିଶାଲ ସିଂହ, ଅତିରିକ୍ତ ଆଇଜି  ଯୁଗଳ କିଶୋର କୁମାର ବାନୋଥ ସହଯୋଗ  କରିବେ । ରେଳବାଇ ପୁଲିସ ବ୍ୟବସ୍ଥା ପାଇଁ ମଧ୍ୟ  ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାର ତଦାରଖ ପାଇଁ  ଅତିରିକ୍ତ ଡିଜି(ରେଳବାଇ ଓ ଉପକୂଳ ସୁରକ୍ଷା)  ରାଜେଶ କୁମାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।  ରେଳବାଇ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାରେ ଭିଡ଼  ନିୟନ୍ତ୍ରଣ ଏବଂ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ତାଙ୍କୁ  ୨ ଜଣ ଓପିଏସ୍‌ ତଥା ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଓ  ରାମପ୍ରସାଦ ସାହୁ ସହଯୋଗ କରିବେ । 

୫ ତାରିଖରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ  ଯୋଗାଯୋଗ ବ୍ୟବସ୍ଥାକୁ ତଦାରଖ କରିବେ  ଓପିଏସ୍‌ ଜେ.କେ ବେହେରା । ବିଭିନ୍ନ ସମସ୍ୟା  ବେଳେ ଆବଶ୍ୟକ ପୁଲିସ ଓ ସରଞ୍ଜାମ  ଯୋଗାଇବା ଏବଂ ଭିଏଚ୍‌ଏଫ୍‌ ଯୋଗାଯୋଗ  ବ୍ୟବସ୍ଥାକୁ ସେ ନିୟନ୍ତ୍ରଣ କରିବେ । ଭିଆଇପିଙ୍କ  ସୁରକ୍ଷା ପାଇଁ ଦାୟିତ୍ୱ ତୁଲାଇବେ ଓପିଏସ୍‌ ଦୁର୍ବାଶା  ନାୟକ । ଭିଆଇପିଙ୍କ ସୁରକ୍ଷା ସହ କଟକ ଓ  ଭୁବନେଶ୍ୱର ପୁଲିସ ସହ ସମନ୍ୱୟ ରକ୍ଷା  କରିବେ ଶ୍ରୀ ନାୟକ । ରଥଯାତ୍ରାରେ ନିୟୋଜିତ  ହୋଇଥିବା ପୁଲିସ ବଳର ରହିବା ଓ କାର୍ଯ୍ୟ  ସ୍ଥଳରେ ଯୋଗଦେବା ଏବଂ ଆବଶ୍ୟକ ସୁବିଧା  ଯୋଗାଇବା ପାଇଁ ପୁରୀ ଏସ୍‌ପିଙ୍କ ସହ ସମନ୍ୱୟ  ରକ୍ଷା କରି ତଦାରଖ ଦାୟିତ୍ୱ ମୁଣ୍ଡାଇବେ ତୃତୀୟ  ବାଟାଲିଅନ୍‌ କମାଣ୍ଡାଣ୍ଟ୍‌ ଓ ଏପିଏସ୍‌ ଏ.କେ ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.