ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ମାଲକାନଗିରି, ୦୧/୦୭ : ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଲାଲ୍‌ବାହିନୀ। ଘଟଣାସ୍ଥଳରୁ ନକ୍ସଲ ପନ୍ଥୀଙ୍କ ଏକ ହାତ ଲେଖା ପୋଷ୍ଟର ଜବତ ହୋଇଛି। ଏହି ଘଟଣା ପରେ DRG ଏବଂ CRPF ବାହିନୀ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଛି।

ସୂଚନାନୁଯାୟୀ, ରବିବାର ରାତିରେ ୩୦ ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଅର୍ଚ୍ଚା ଗାଁରେ ପହଞ୍ଚି ସାଣ୍ଟୁ ଉସେଣ୍ଡି ନାମକ ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିବା ସହ ରାସ୍ତା ଉପରେ ଶବ ଛାଡି ଚାଲି ଯାଇଛନ୍ତି। ଘଟଣା ସ୍ଥଳରେ ନକ୍ସଲ ପନ୍ଥୀଙ୍କ ଏକ ହାତ ଲେଖା ପୋଷ୍ଟର ମଧ୍ୟ ରହିଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଜୁନ ୧୫ ତାରିଖ ଦିନ ପାର୍ସୁବେଦା ଓ କୋଡାମାର୍କା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୮ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ପୋଲିସକୁ ସହଯୋଗ କରିବା ସହ ସୁରକ୍ଷାକର୍ମୀଙ୍କୁ ନେଇ ଏହି ଏନକାଉଣ୍ଟର କରାଇଥିବା ସାଣ୍ଟୁ ଉସେଣ୍ଡିଙ୍କୁ ମାଓବାଦୀମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ DRG ଏବଂ CRPF ବାହିନୀ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.