ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ସୁସ୍ଥ ହୋଇଛନ୍ତି ଶ୍ରୀବିଗ୍ରହ, ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ

ପୁରୀ, ୦୩/୦୭ : ୧୧ ଦିନର ନିରବିଛିନ୍ନ ତଥା ନିଷ୍ଠାପର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ଫୁଲରି ତେଲ ଏବଂ ଓଷୁଅ ଲାଗି ପରେ ମଙ୍ଗଳବାର ଖଳି ଲାଗି ଏକାଦଶୀ ଅବସରରେ ଠାକୁରେ ପୂର୍ବାବସ୍ଥାକୁ ଫେରିଛନ୍ତି । ଦଶମୂଳ ମହୌଷଧି ଅର୍ପଣ ପରେ ଶ୍ରୀବିଗ୍ରହ ପୂରା ସୁସ୍ଥ ହୋଇଛନ୍ତି । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ବୁଧବାର ଦ୍ୱାଦଶୀ ତିଥିରେ ଶ୍ରୀନହରରେ ପହଞ୍ଚିବ । ଶ୍ରୀମନ୍ଦିରରେ ଏହା ହେଉଛି ରାଜପ୍ରସାଦ ବିଜେ ବିଧି ନୀତି । 

ରୂପା ଥାଳିରେ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡ଼ୋର ନେଇ ଦଇତାପତିମାନେ ଶ୍ରୀନହରକୁ ଯାତ୍ରା କରିବେ । ଘଣ୍ଟ, ଛତା ଓ କାହାଳିର ପଟୁଆରରେ ଶ୍ରୀମନ୍ଦିରରୁ ସେବକମାନେ ଯାଇ ଶ୍ରୀନହରରେ ପହଞ୍ଚିବେ । ଗଜପତି ମହାରାଜ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ପାଇ ଆଶ୍ୱସ୍ତ ହେବେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.