ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ହାଇକମାଣ୍ଡଙ୍କ ପାଖରେ ପହଞ୍ଚିଲା ଭୁବନେଶ୍ୱର ବିଜେଡିରେ କନ୍ଦଳ ଖବର, ଆପୋଷ ସମାଧାନ ପାଇଁ ଖୁବଶୀଘ୍ର ବୈଠକ

ଭୁବନେଶ୍ୱର,୦୫/୦୬: ଭୁବନେଶ୍ୱର ବିଜେଡିରେ ଦେଖା ଦେଇଥିବା କନ୍ଦଳ ଖବର ହାଇକମାଣ୍ଡଙ୍କ ପାଖରେ ପହଞ୍ଚିଛି । ଦଳର ଶୀର୍ଷ ନେତୃତ୍ୱ ଏହାକୁ ଅତି ଗୁରୁତର ସହ ନେଇଛନ୍ତି । ବିବାଦ ଓ ଗୋଷ୍ଠୀ କନ୍ଦଳ ଯେମିତି ନ ତେଜିବ, ସେଥିପାଇଁ ଖୁବଶୀଘ୍ର ଦଳର ଶୀର୍ଷ ନେତୃତ୍ୱ ଏକ ବୈଠକ ଡାକିବେ ବୋଲି ଜଣାପଡ଼ିଛି । ଏହି ବୈଠକରେ ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ରର ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାର ପ୍ରମୁଖ ଯୋଗ ଦେବା ସମ୍ଭାବନା ରହିଛି । ଉଭୟ ପକ୍ଷଙ୍କ ଭିତରେ ଆପୋଷ ସମାଧାନ ପାଇଁ ଦଳ ପକ୍ଷରୁ ବଡ଼ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । 

ଗତ ବିଧାନସଭା ନିର୍ବାଚନରେ ବିଜେଡି ଟିକଟକୁ ନେଇ ମଧ୍ୟ ଭୁବନେଶ୍ୱରରେ ଅନନ୍ତ ଓ ଅମରେଶଙ୍କ ଭିତରେ ଆରମ୍ଭ ହୋଇଥିବା ବିବାଦ ଏଯାଏଁ ଥମୁନି । ସେହିପରି ଏକାମ୍ରରେ ବିଜେଡି ଟିକଟକୁ ନେଇ ଅଶୋକ ଓ ବିରଞ୍ଚିଙ୍କ ଭିତରେ ବିବାଦ ବଢ଼ିଥିଲା, ଯାହା ତେଜିବାରେ ଲାଗିଛି । ଏ ବିବାଦକୁ ନେଇ ଭୁବନେଶ୍ୱର ବିଜେଡି ଫାଳ ଫାଳ ସ୍ଥିତିକୁ ଆସିଲାଣି । ଅନନ୍ତ ଓ ଅଶୋକଙ୍କ ଶିବିର ଏକାଠି ହୋଇଥିବା ବେଳେ ଅମରେଶ ଓ ବିରଞ୍ଚି ବି ଏକାଠି ଅଛନ୍ତି । ଉଭୟ ଗୋଷ୍ଠୀ ଭିତରେ ଛକାପଞ୍ଝା ଓ ବୟାନବାଜି ଯୋଗୁ ଭୁବନେଶ୍ୱରରେ ବିଜେଡିର ଚିନ୍ତା ବଢ଼ିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.