ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ରତ୍ନଭଣ୍ଡାର କମିଟି ଭାଙ୍ଗିବା ନେଇ ସରକାରଙ୍କୁ ଘେରିଲା ବିଜେଡି, ଆଇନ ମନ୍ତ୍ରୀ କହିଲେ ଲଜ୍ଜାହୀନଙ୍କୁ ଉତ୍ତର ନାହିଁ

ଭୁବନେଶ୍ଵର, ୦୫/୦୭ : ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭାଙ୍ଗିବା ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲା ବିଜେଡି। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣଯଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଗଲା। ସେ ଜଣେ ସୁନାମଧନ୍ୟ ବ୍ୟକ୍ତି। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି। କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ମନା କରୁଛନ୍ତି। ସେମାନେ ଠିକ୍ କଥା କରିବେନି, ଠିକ୍ ବାଟରେ ଯିବେନି। ଖାଲି ଭୁଆଁ ବୁଲେଇବେ।

ସେପଟେ ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଜଣେ ଲଜ୍ଜାହୀନ ହେଲେ ତାଙ୍କ ପାଇଁ ଉତ୍ତର ନାହିଁ। ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି। ଗଣତି ମଣତି କରିପାରିଲେନି। ଆଜି ତାରିଖରେ ସେମାନେ କହିବେ କାହିଁକି କମିଟି ଭାଙ୍ଗିଗଲା, ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ ଉତ୍ତର ନହେଇପାରେ। ଏକଥା ସ୍ପଷ୍ଟ ଯେ ସରକାର ୨୦ ରୁ ୨୫ ଦିନ ହେବ ହେଇଛି। ରତ୍ନଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ନୂଆ କମିଟି ଗଠନ ହୋଇଛି। ଭଣ୍ଡାର କେବେ ଖୋଲାଯିବ ଆସନ୍ତାକାଲି କମିଟି ନିଷ୍ପତ୍ତି ନେବ। ରତ୍ନଭଣ୍ଡାର ଯଥା ସମୟରେ ଖୋଲାଯିବ। ଗଣତି ମଣତି କରାଯିବ। ପ୍ରତିଟି ଆର୍ଟିକିଲର ଡିଜିଟାଲ ଫଟୋ କପି କରାଯିବ। ସବୁକୁ ପ୍ରିଜର୍ଭ କରାଯିବ। ୫୦ ବର୍ଷ ପର୍ଯ୍ୟନ୍ତ ରେଫରାଲ ଡକ୍ୟୁମେଣ୍ଟ ଭଳି ତାକୁ ବ୍ୟବହାର କରାଯିବ। ଉଦଭଟ କଥାରୁ ବିଜୁ ଜନତା ଦଳ ନିବୃତ୍ତ ରହୁ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.