ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ! ୫ ତାରିଖରେ ପ୍ରସ୍ତୁତି ବୈଠକ

କଟକ, ୦୩/୦୭ : ଆସନ୍ତା ୮ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ଆରମ୍ଭ ହେବ । ଯଦି ସେମିତି କୌଣସି ସମସ୍ୟା ନହୁଏ ତେବେ ଆସନ୍ତା ୮ ତାରିଖରୁ ଗଣତି ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରତ୍ନଭଣ୍ଡାର ଅଳଙ୍କାର ଗଣନା ପାଇଁ ଗଠିତ କମିଟିର ମୁଖ୍ୟ ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି । ଏହା ପୂର୍ବରୁ ଅର୍ଥାତ ଆସନ୍ତା ୫ତାରିଖରେ ଏହି କମିଟିର ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଜଷ୍ଟିସ୍‌ ପଶାୟତ ଯୋଗଦେଇ ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଆଲୋଚନା କରାଯିବ ବୋଲି କୁହାଯାଉଛି । 

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ଏବଂ ଏଥିରେ ଥିବା ଅଳଙ୍କାର ଗଣନା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି(ଏସ୍‌ଜେଟିଏମ୍‌ସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଉକ୍ତ ପ୍ରସ୍ତାବ ଆଧାରରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଉକ୍ତ କମିଟି ପୂର୍ବରୁ ଶ୍ରୀମନ୍ଦିର ମଧ୍ୟ ପରିଦର୍ଶନ କରିସାରିଛି । ଯେହେତୁ ରଥଯାତ୍ରା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଯିବେ ତେଣୁ ସେହି ସମୟରେ ରତ୍ନଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିଲା । ଉକ୍ତ ନିଷ୍ପତ୍ତି ଅନୁସାରେ ଜଷ୍ଟିସ୍‌ ପଶାୟତ ଆସନ୍ତା ୪ ତାରିଖ ଦିନ ଦିଲ୍ଲୀରୁ ଆସି କଟକରେ ପହଞ୍ଚୁଛନ୍ତି । 

୫ ତାରିଖ ଦିନ ଅପରାହ୍ନ ୨ଟାରେ ରତ୍ନଭଣ୍ଡାର ଅଳଙ୍କାର ଗଣନାକୁ ନେଇ ଅନୁଷ୍ଠିତ ବୈଠକରେ ସେ ଯୋଗଦେବେ । ୭ ତାରିଖ ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍‌ ହେବେ । ୮ତାରିଖରୁ ଏହି ରତ୍ନଭଣ୍ଡାର ଖୋଲିବା ଓ ଗଣତି କାର୍ଯ୍ୟ ଆରମ୍ଭ ହେବ । ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ । ୨୭ରେ ସେ କଟକକୁ ଫେରିବା ପରେ ୨୮ ତାରିଖରେ ପୁନର୍ବାର ଦିଲ୍ଲୀ ଅଭିମୁଖେ ଫେରିଯିବେ ବୋଲି ତାଙ୍କ ଗସ୍ତସୂଚୀରୁ ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.