ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ମୋ ବସ୍‌ ହେବ ‘ଆମ ବସ୍’, ଟ୍ୱିନ୍‌ ସିଟିରେ ଚାଲିବ ୨୦୦ ଇ-ବସ୍

ଭୁବନେଶ୍ୱର, ୩।୭: ଏବେ ମୋ ବସ୍ ହେବ ଇ ବସ୍ । ମୋ ବସ୍‌କୁ ଇଲେକ୍ଟ୍ରିକ୍ ବସ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଏଥିସହ ‘ମୋ ବସ୍‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍’ ବୋଲି ରଖାଯିବ । ଏନେଇ ସିଆର୍‌ୟୁଟି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ, ଏବେ ୪୦୦ରୁ ଅଧିକ ଡିଜେଲ ବସ୍ ଚାଲୁଛି । ମୋ ବସ୍ ଯାତ୍ରୀଙ୍କ ପାଇଁ ଉନ୍ନତମାନର ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମ୍ ଉପରେ ଧ୍ୟାନ ଦିଆଯିବ । ୫ ବର୍ଷ ହେଲା ଆମେ ଭଲ ପ୍ରଦର୍ଶନ କରୁଛୁ । ୪୬୩ଟି ବସ୍ ଚାଲୁଛି । ତା’ ମଧ୍ୟରୁ ୬୩ଟି ଇ-ବସ୍ ରହିଛି । ଆଗକୁ ସବୁ ଇ-ବସ୍  ହେବାକୁ ଯୋଜନା ହୋଇଛି । ଭୁବନେଶ୍ୱରରେ ୧୦୦, କଟକ ୧୦୦, ସମ୍ବଲପୁର ୫୦  ଓ ରାଉରକେଲାରେ ୧୦୦  ଇ-ବସ୍ ଚାଲିବା ନେଇ ଯୋଜନା ହୋଇଛି । ଇ-ବସ୍ ଡିପୋକୁ ଅଧିକ ଉନ୍ନତ କରାଯିବ I ଉନ୍ନତ ଜ୍ଞାନକୌଶଳ ବ୍ୟବହାର ହେବ । ଏଥିସହ ସ୍ଵରକ୍ଷା ଉପରେ ଧ୍ୟାନ ଦିଆଯିବ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.