ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ, ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର,୦୫/୦୭: ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ । ପରିପାଟୀଠୁ ଆରମ୍ଭ କରି ରଙ୍ଗର ହେବ ପରିବର୍ତ୍ତନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକରେ ହେବ ପରିବର୍ତ୍ତନ । ତେବେ ଚଳିତ ଶିକ୍ଷାବର୍ଷରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ବର୍ଷରୁ ଛାତ୍ରୀଙ୍କ ପୋଷାକ ପରିପାଟୀରେ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍‌ (ଝାଲେରୀ ସହିତ) ପ୍ରଦାନ କରାଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ଦୁଇହଳ ଲେଖାଏଁ କମିଜ, ସାଲୱାର ଏବଂ ଓଢ଼ଣୀ ଦିଆଯିବ । ତେବେ ରଙ୍ଗ କଣ ହେବ ତାକୁ ନେଇ ସେପରି କିଛି ନିଷ୍ପତ୍ତି ହୋଇନି । ଆସନ୍ତା ଶିକ୍ଷା ବର୍ଷ ପୂର୍ବରୁ ସ୍କୁଲ ୟୁନିଫର୍ମ ନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି ହେବ । ସୂଚନାଯୋଗ୍ୟ, ପୂର୍ବ ବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କର ୟୁନିଫର୍ମ ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଗତ ମେ ୨୦ ତାରିଖରେ ଓସେପା ପକ୍ଷରୁ ମାଗଣା ଜୋତା, ମୋଜା, ଟି-ସାର୍ଟ,ଟ୍ରାକ୍‌ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ନେଇ ଚିଠି କରାଯାଇଥିଲା । ଉଲ୍ଲେଖ ଥିଲା, ଜୁନ୍‌ ୨୦ ତାରିଖ ସୁଦ୍ଧା ସମସ୍ତ ଜିନିଷ ବଣ୍ଟନ କରାଯିବ । ଏ ନେଇ ପ୍ରଥମେ ପାଣ୍ଠି ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ବଣ୍ଟନ କରିଥାନ୍ତେ । ମାତ୍ର ସମୟ ସୀମା ମଧ୍ୟରେ ବଣ୍ଟନ ହୋଇପାରିଲା ନାହିଁ । ତେବେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ ନେଇ ଚିଠି କରାଯାଇଛି । ଚଳିତବର୍ଷ କୌଣସି ପୋଷାକରେ ପରିବର୍ତ୍ତନ କରାଯିବ ନାହିଁ । ଜୁଲାଇ ୩୦ ସୁଦ୍ଧା ସମସ୍ତ ୟୁନିଫର୍ମ ବଣ୍ଟନ କରାଯିବ ।  

ଏଥିରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯିବ । ପ୍ରତ୍ୟେକ ଛାତ୍ରୀଛାତ୍ରୀଙ୍କ ପିଛା ୫୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ସରକାରୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ (ସମସ୍ତ ଛାତ୍ର, ଅନୁସୂଚିତ ଜାତି ଓ ଜନଜାତି ଏବଂ ବିପିଏଲ୍‌ ବର୍ଗର ଛାତ୍ର)ଙ୍କ ପାଇଁ ସମଗ୍ର ଶିକ୍ଷା ଯୋଜନାରୁ ଅର୍ଥ ଭରଣା କାରଯିବ । 

ସେହିପରି ସରକାରୀ ଅନୁପ୍ରାପ୍ତ ସ୍କୁଲ କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀ ଓ ସରକାରୀ ସ୍କୁଲ କ୍ଷେତ୍ରରେ ସମସ୍ତ ବର୍ଗର ଛାତ୍ରଙ୍କ ପାଇଁ ସମୁଦାୟ ୫୦୦ ଟଙ୍କା ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଅର୍ଥ ଭରଣା କରାଯିବ । ସ୍କୁଲ ପରିଚାଳନା କମିଟି ପୋଷାକ କିଣିବେ । ଏହାକୁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବଣ୍ଟନ କରାଯିବ । ଡିଇଓ, ଡିପିସି, ବିଇଓ, ସିଆର୍‌ସିସି ମାନେ ଏହି ବଣ୍ଟନକୁ ତଦାରଖ କରିବେ । ପ୍ରଧାନଶିକ୍ଷକ ଗୋଟିଏ ହଳ ପୋଷାକ ନମୁନା ଭାବେ ରଖିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.