ପ୍ରମୂଖ ଖବର
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ

ଭୁବନେଶ୍ୱର,୦୮/୦୭: ସୋମବାର କୋରାପୁଟ, ରାୟଗଡ଼ା ଓ ଗଜପତି  ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅନ୍ୟ ଜିଲ୍ଲାଗୁଡିକରେ  କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ସେହିପରି ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତେବେ  ୧୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ  ହୋଇପାରେ ବୋଲି କୃଷି ପାଣିପାଗବିତ୍‌ ଡ.  ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ସୋମବାର ଭୁବନେଶ୍ୱରରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ପୁରୀରେ ପାଗ ମେଘମୁକ୍ତ ରହିବ । ଉପରବେଳା ହାଲୁକାରରୁ ସ୍ୱଳ୍ପ ବର୍ଷା ହୋଇପାରେ । ୮ ଓ ୯  ତାରିଖରେ ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ  ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି  ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।  

ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ରେ  ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୫୩  ମିଲିମିଟର ବର୍ଷା ହୋଇଛି । ସେହିପରି କଟକରେ ୪୬  ମିଲିମିଟର ବର୍ଷା ହୋଇଥିବା ବେଳେ ଯାଜପୁରରେ  ୨୦ ମିମି, ଫୁଲବାଣୀରେ ୧୭ମିମି, ଗୋପାଳପୁରରେ ୧୬ ମିମି, ଖୋର୍ଦ୍ଧା ଓ ଦାରିଙ୍ଗବାଡ଼ିରେ ୧୨  ମିମି ବର୍ଷା ହୋଇଛି ବୋଲି ଭୁବନେଶ୍ୱର  ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । 

  • PrameyaOdia
  • prameya
  • low pressure
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.