ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପୁଲିସ ବିରୋଧରେ ନିର୍ଯାତନା ଅଭିଯୋଗ: ଚିପିଲିମା ପାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସପି

ଗୋଶାଳା,୦୭/୦୭: ଗତ ୧ ତାରିଖ ବୁର୍ଲା ଥାନା ଚିପିଲିମା  ଫାଣ୍ଡି ଅଞ୍ଚଳର ଏକ ଟ୍ରାକ୍ଟର ବ୍ୟାଟେରି ଚୋରି ଘଟଣା ଭିନ୍ନ ମୋଡ଼ ନେଇଛି । ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ନେଇ ପୁଲିସ କହୁଥିବାବେଳେ ପୁଲିସର ନିର୍ଯାତନା ବିରୋଧରେ  ପରିବାର ସହ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ । ଏହି ଘଟଣାରେ ଚିପିଲିମା ପାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସପି ମୁକେଶ ଭାମୁ। ଏନେଇ ସୂଚନା ଦେଲେ ଅତିରିକ୍ତ ଏସପି।

ସୂଚନାମତେ, ଚିପିଲିମା ଫାଣ୍ଡି ସାହାଜବାହାଲ ଗାଁରେ ଗତ ୧  ତାରିଖ ମଧ୍ୟରାତିରେ ମୁକୁନ୍ଦ ପାଣିଙ୍କ ଟ୍ରାକ୍ଟରର ବ୍ୟାଟେରି ଚୋରି ହୋଇଥିଲା । ଏନେଇ ମୁକୁନ୍ଦ ଚିପିଲିମା ଫାଣ୍ଡିରେ ଅଭିଯୋଗ  କରିଥିଲେ । ଗାଁର ରାଜେଶ ମିର୍ଦ୍ଧା (୨୬) ବ୍ୟାଟେରି ଚୋରି  କରିଥିବା ସେ ଅଭିଯୋଗ କରିଥିଲେ । ଗୋଶାଳା ପଟକୁ ଏକ  ସାଇକଲରେ ବ୍ୟାଟେରି ଧରି ଯାଉଥିବା ଦେକିଥିବା ନେଇ ମୁକୁନ୍ଦ  ପୁଲିସକୁ କହିଥିଲେ । ଏହାପରେ ଚିପିଲିମା ଫାଣ୍ଡି ଅଧିକାରୀ  ଗଙ୍ଗାଧର ସାହୁ ସାହାଜବାହାଲର ରାଜେଶକୁ ଫାଣ୍ଡିକୁ ଆଣି  ପଚରାଉଚରା କରିଥିଲେ । ଜେରା ବେଳେ ରାଜେଶ ଚୋରି କରିଥିବା  ସ୍ୱୀକାର କରିବା ସହ ବ୍ୟାଟେରି ଫେରସ୍ତ କରିବ  କହିବାରୁ ଫାଣ୍ଡି ଅଧିକାରୀ ତାକୁ ତାଗିଦ୍‌ କରି ଛାଡ଼ି ଦେଇଥିଲେ । ହେଲେ ଏହାପରେ ଯୁବକ ଜଣକ  ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପାଖରେ ପୁଲିସ ବିରୋଧରେ ପାଲଟା ଅଭିଯୋଗ ଆଣିଥିବା ଜଣାପଡ଼ିଛି ।  ଜେରା ବେଳେ ଫାଣ୍ଡି ଅଧିକାରୀ ତାକୁ ମାଡ଼ପିଟ କରି ଜୋର  ଜବରଦସ୍ତ ଏକ କାଗଜରେ ଦୋଷ ସ୍ୱୀକାରୋକ୍ତି ଲେଖାଇଥିଲେ  ବୋଲି ରାଜେଶ ଅଭିଯୋଗ କରିଛି । ଏହାପରେ ଯୁବକ ତାର  ପରିବାର ସହିତ ସମ୍ବଲପୁର ଏସ୍‌ପିଙ୍କୁ ଭେଟି ସମାନ ଅଭିଯୋଗ  କରିଛନ୍ତି । ଘଟଣା ସମ୍ପର୍କରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ପି  ହରେଶ ଚନ୍ଦ୍ର ପାଣ୍ଡେ, ବୁର୍ଲା ଏସ୍‌ଡିପିଓ ଅମ୍ବିତ ମହାନ୍ତି ଓ ବୁର୍ଲା ଥାନାଧିକାରୀ ଅନୀଳ ପ୍ରଧାନ ସାହାଜବାହାଲ ଯୁବକର ଘରକୁ ଯାଇ  ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ପରେ ସେଠାରୁ ଚିପିଲିମା ଫାଣ୍ଡି ପହଞ୍ଚି ଘଟଣାର ତଦନ୍ତ କରୁଥିଲେ। ଏହି ଘଟଣାରେ ଚିପିଲିମା ପାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କୁ ନିଲମ୍ବନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.