ପ୍ରମୂଖ ଖବର
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ନରାଜ-ବେଲିଭିଉ ରିଂବନ୍ଧ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବାଇକ୍ ଆରୋହୀଙ୍କ ବେକରେ ପଶିଗଲା ଡିଭାଇଡର୍‌ ରଡ୍‌

କଟକ,୦୮/୦୭: ନରାଜ-ବେଲିଭିଉ  ରାସ୍ତାରେ ରବିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଜଣେ ବାଇକ୍‌ ଆରୋହୀ ଭାରାସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହେବାରୁ ଗୁରୁତର ଆହତ ହୋଇଛନ୍ତି । ଡିଭାଇ୍‌ଡର୍‌ରେ ଥିବା ତିନୋଟି ରଡ୍‌ ଚାଳକଙ୍କ ବେକରେ  ପଶିଯାଇଛି । ଗୁରୁତର  ଅବସ୍ଥାରେ ଆହତଙ୍କୁ ଏସ୍‌ସିବି  କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଛି । 

 ବିଡ଼ାନାସୀର ସୁରେଶ ଦାସଙ୍କ ପୁଅ ସାହିଲ  ଦାସ ଓରଫ ପପୁ ଏକ ବାଇକ୍‌ରେ ନରାଜ  ଯାଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ସେ ନରାଜରୁ ବେଲିଭିଉ ଛକ ଅଭିମୁଖେ  ଫେରିବା ବେଳେ ବିଜୁପଟ୍ଟନାୟକ ପାର୍କ  ପାଖରେ ଭାରସାମ୍ୟ ହରାଇ ରାସ୍ତାର  ଡିଭାଇଡର୍‌ରେ ପିଟି ହୋଇଯିବାରୁ  ସାହିଲ ଗୁରୁତର ଆହତ ହୋଇଥିଲେ ।  ଡିଭାଇଡର୍‌ରେ ଥିବା ତିନୋଟି ଲୁହା ରଡ୍‌  ସାହିଲଙ୍କ ବେକରେ ପଶି ବାହାରିଯାଇଥିଲା ।  ଘଟଣା ସ୍ଥଳରେ ସାହିଲଙ୍କ ବେକରୁ ପ୍ରଚୁର  ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ  ତାଙ୍କ ପରିବାରକୁ ସୂଚନା ଦେବା ପରେ  ସାହିଲଙ୍କୁ ପ୍ରଥମେ ସିଡିଏର ଏକ ଘରୋଇ  ହସ୍ପିଟାଲ୍‌ ନିଆଯାଇଥିଲା । ତାଙ୍କ ଅବସ୍ଥା  ସଂକଟାପନ୍ନ ଥିବାରୁ ସାହିଲଙ୍କୁ ଏସ୍‌ସିବି  କାଜୁଆଲ୍‌ଟିକୁ ସ୍ଥାନାନ୍ତର କରାଯାଇଛି ।  ସେଠାରେ ସାହିଲଙ୍କୁ ଟ୍ରମାକେୟାର  ଆଇସିୟୁରେ ରଖାଯାଇଛି । ସର୍ଜରୀ ଡାକ୍ତର  ଦେଖିବା ପରେ ସାହିଲଙ୍କ ଚିକିତ୍ସା ନେଇ  ନିଷ୍ପତ୍ତି ନିଆଯିବ ବୋଲି କାଜୁଆଲ୍‌ଟିର  ଡାକ୍ତରମାନେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.