ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ଏସି: ୨୩ ଲକ୍ଷ ଖର୍ଚ୍ଚ ଅଟକଳ, ରଥଯାତ୍ରା ସମୟରେ କାମ ସରିବ

ପୁରୀ,୦୫/୦୭: ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପରେ ଲାଗିବ  ଏସି । ଏଣିକି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଗରମ, ଗୁଳୁଗୁଳିରେ  ଅଣନିଃଶ୍ୱାସୀ ଅନୁଭବ କରିବେ ନାହିଁ । ରଥଯାତ୍ରା ସମୟରେ କାମ ସମ୍ପନ୍ନ  ହେବ । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି ।  ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ଆଡ଼ପ ମଣ୍ଡପକୁ ଘୋଷଯାତ୍ରାରେ ଯାଉଥିବାରୁ ଏହି  ସମୟରେ କାମ ସାରିବାକୁ ଯୋଜନା  ହୋଇଛି । ଏଥିପାଇଁ ପ୍ରାୟ ୨୩ ଲକ୍ଷ  ୭୨ ହଜାର ଟଙ୍କା ଖର୍ଚ୍ଚ ଅଟକଳ  ହୋଇଛି ।  

ଶ୍ରୀଜିଉଙ୍କ ଦର୍ଶନ ବେଳେ  ନାଟମଣ୍ଡପରୁ ଜଗମୋହନ  ପର୍ଯ୍ୟନ୍ତ ପ୍ରବଳ ଭିଡ଼ ରହୁଥିବାରୁ  ଅଣନିଃଶ୍ୱାସୀ ହୋଇ ଅନେକ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ନ୍ତି । ବାୟୁପରିଚାଳନା  ବ୍ୟବସ୍ଥା ଉତ୍ତମ ହୋଇପାରୁ ନଥିବାରୁ ଅନେକ ଶ୍ରଦ୍ଧାଳୁ ଗୁଳିଗୁଳିକୁ ସହି  ନପାରି ବାନ୍ତି କରିପକାନ୍ତି । ତେଣୁ ଶ୍ରୀମନ୍ଦିର ଭିତର ଦର୍ଶନ ଶୃଙ୍ଖଳା ଓ ଶ୍ରଦ୍ଧାଳୁଙ୍କ  ଆରାମଦାୟକ ଠାକୁର ଦର୍ଶନକୁ ଲକ୍ଷ୍ୟରେ ରଖି ଶ୍ରୀମନ୍ଦିର ପ୍ରଶାସନ ଲୋକଙ୍କ  ମତାମତ ଆଧାରରେ ଏହି ପଦକ୍ଷେପ ନେଇଛି ।

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହ ଭିଡ଼ ନିୟନ୍ତ୍ରଣ ନିମନ୍ତେ ସ୍ଥାୟୀ  ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ଏବେ ସରକାର ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁଖଦ ଠାକୁର ଦର୍ଶନ ବ୍ୟବସ୍ଥା ଉପରେ ଫୋକସ୍‌  ଦେଉଛନ୍ତି । ରଥଯାତ୍ରା ଶେଷ ପରେ ଅର୍ଥାତ୍‌ ନୀଳାଦ୍ରି ବିଜେ ସମ୍ପନ୍ନ ପରେ  ଏନେଇ ସରକାର ଠୋସ୍‌ ପଦକ୍ଷେପ ନେବେ ବୋଲି ମଧ୍ୟ ଯୋଜନା କରିଛନ୍ତି । ଅନ୍ୟପଟେ ରଥଯାତ୍ରା ଚାଲିଥିବା ବେଳେ ପ୍ରଶାସନ ଶ୍ରୀମନ୍ଦିର ଭିତରେ  ଆବଶ୍ୟକ ଉନ୍ନତିକରଣ କାମ ଓ ମରାମତି ସାରିବାକୁ ତତ୍ପରତା ଦେଖାଇଛି ।

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.