ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ରଥଖଳା ହାଲ୍‌ଚାଲ୍‌..ପାର୍ଶ୍ୱଦେବତା ସ୍ଥାପନ, ବ୍ରେକ୍‌ ମରାମତି ଶେଷ

ପୁରୀ,୦୫/୦୭: ଆଉ ମାତ୍ର ୨ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଣୁ ରଥ କାର୍ଯ୍ୟ ସାରିବାକୁ  ତତ୍ପର ହୋଇପଡ଼ିଛନ୍ତି ନିର୍ମାଣକାରୀ । ବୁଧବାର ସନ୍ଧ୍ୟାରେ  କୋଠସୁଆଁସିଆ ସେବକମାନେ ରଥ ପ୍ରସ୍ତୁତିରେ ଯୋଗ ଦେଇ  କନାମଣ୍ଡଣି ଆରମ୍ଭ କରିଥିଲେ । ତିନି ରଥର ଦୁଆରଘଡ଼ାରୁ  ଆରମ୍ଭ ହୋଇଛି କନାମଣ୍ଡଣି କାର୍ଯ୍ୟ । ଗୁରୁବାର ରଥତ୍ରୟରେ  ୨୭ ପାଶ୍ୱର୍ ଦେବତାଙ୍କୁ ସ୍ଥାପନ କରାଯାଇଛି । ଏହାପରେ ଶିଖର  ଡ଼ମ୍ବରୁ ଲଗାଯାଇଛି । ଶିଖର ଡ଼ମ୍ବରୁ ଭିତରେ ପାଶ୍ୱର୍ ଦେବତା  ଅବସ୍ଥାନ କରନ୍ତି । ଏଥିସହ ଆଜି ତିନି ରଥରେ ପୁଲି ଲାଗି  ବ୍ରେକ୍‌ ପ୍ରସ୍ତୁତ ହୋଇଛି । ଆଜି ରଥରେ ବୁଲିବ ଠେକରା ବାଡ଼ ।  

ଦରଜୀସେବକଙ୍କ ଦ୍ୱାରା ତିଆରି ମଣ୍ଡଣି କନାକୁ  କୋଠସୁଆଁସିଆ ସେବକମାନେ ରଥରେ ଲଗାଉଛନ୍ତି । ପ୍ରଥମେ  ତାଳଧ୍ୱଜ ରଥରେ ସବୁଜ ଓ ନାଲି କନା ପଡ଼ିବା ପରେ  ନନ୍ଦିଘୋଷରେ ହଳଦିଆ ଓ ନାଲି ଏବଂ ଦେବୀ ରଥରେ କଳା ଓ  ନାଲି ରଙ୍ଗ କନା ଲାଗିବା ଆରମ୍ଭ ହୋଇଛି ।  ରଥ ଉପରେ ଠାକୁରଙ୍କ ସିଂହାସନ କାମ  ଶେଷ ପର୍ଯ୍ୟାୟରେ । ବିଶ୍ୱକର୍ମାମାନେ ପଟା  ବାଡ଼େଇ ସିଂହାସନ ବୁଜିଛନ୍ତି । ନନ୍ଦିଘୋଷ  ରଥରେ ଗାଇ ପଲ ଚିତ୍ର ଶେଷ ହେଉଛି ।  ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି ଚିତ୍ରକର ।  ରଙ୍ଗ ଓ ତୁଳୀ ଧରି ରଥରେ ଶେଷ ସ୍ପର୍ଶ  ଦେଉଛନ୍ତି । ଏପଟେ ଘୋଡ଼ା ରଙ୍ଗ ଚାଲିଛି ।  

ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର  ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର,  ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥମାନଙ୍କର କନା  ମଣ୍ଡଣି ସରିବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ ।  ଏମ୍‌ସିଏଲ୍‌ ଇଂଜିନିୟରଙ୍କ ନିର୍ଦ୍ଦେଶ କ୍ରମେ ତିନି ରଥରେ  ପୁଲି ଲାଗି ବ୍ରେକ୍‌ ମରାମତି ହୋଇଛି । ବ୍ରେକ୍‌ର ତଳଭାଗରେ  ରବର ଦିଆଯାଇ ରିପିଟ୍‌ (ମସ୍‌ରୁମ୍‌ କଣ୍ଟା) ପିଟା ହୋଇଛି ।  ଏଥିରେ ଚମଡ଼ା ଅଂଶ ଆଦୌ ନାହିଁ । ରବର, କର୍ଟନ ଓ  ନାଇଲନ୍‌କୁ ମିଶାଇ ରବର ତିଆରି ହୋଇଛି । ଏହା ବ୍ରେକ୍‌ର  ସକପ୍‌ଚର ଭଳି କାମ ଦେବ । ରିପିଟ୍‌ ଦିଆଯାଇ ରବର  ପିଟା ହେଲେ ବ୍ରେକ୍‌ ରାସ୍ତାକୁ କାମୁଡ଼ି ଧରିବ । ରଥର ବ୍ରେକ୍‌ ପଡ଼ିଲେ ଅର୍ଥାତ୍‌ ରଥ ଆଉ ଘୋଷାଡ଼ି ନହୋଇ ସେହିଠାରେ  ରହିବ । ୨୦୦୮ ମସିହାରୁ ଠାକୁରଙ୍କ କାର୍ଯ୍ୟରେ ସହାୟତା  କରୁଛି ଏମ୍‌ସିଏଲ୍‌ । ଖରାପ୍‌ ହୋଇଥିବା ପୁରୁଣା ଜିନିଷ କାଢି  ନୂଆକରି ମରାମତି କରାଯାଇଛି । 

ତିନି ରଥର ୨୭ ପାର୍ଶ୍ୱଦେବତା 

ତିନି ରଥର ତିନି ପାଶ୍ୱର୍ରେ ପ୍ରତି ରଥରେ  ୯ଜଣ ଲେଖାଏଁ ମୋଟ୍‌ ୨୭ ପାର୍ଶ୍ୱଦେବତା ।  ରଥ ସମ୍ମୁଖ ଭାଗରେ ପାଶ୍ୱର୍ଦେବତାଙ୍କୁ ସ୍ଥାପନ  କରାଯାଏ ନାହିଁ । ତାଳଧ୍ୱଜ ରଥରେ ପ୍ରଳମ୍ୱାରି  ମହାଦେବ, ବାଇଶି ଭୁଜ ନୃସିଂହ, ବଳରାମ, ନଟବର ଗଣେଷ, ଅଙ୍ଗଦ, ନାଟାମ୍ୱର, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁ କୈଟଭ  ଓ ଅନନ୍ତ ବାସୁଦେବ ଠାକୁରେ ଅବସ୍ଥାନ  କରିବେ । ନନ୍ଦିଘୋଷ ରଥରେ ଲାଗି ହେବେ  ଠାକୁରେ ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ,  ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ,  ଲକ୍ଷ୍ମଣ ଓ ପଞ୍ଚମୂଖି ମହାବୀର । ଦର୍ପଦଳନ ରଥରେ ଅଧିଷ୍ଠିତ  ହେବେ ଦେବୀ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ଉମା,  କାତାୟାନୀ, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା । ଜଳଯନ୍ତ୍ରରେ  ସ୍ଥାପନ ପରେ ଶିଖରଡ଼ମ୍ଭରୁ ସେଟିଂ କରାଯାଏ । ମହାପ୍ରଭୁଙ୍କ  ନବକଳେବର ସମୟରେ ମୂର୍ତ୍ତୀ ନିର୍ମାଣ କରାଯାଏ । ପ୍ରତି  ବର୍ଷ ରଥ ଯାତ୍ରାରେ ରଙ୍ଗ ଦେଇ ପ୍ରସ୍ତୁତ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.