ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଖୁବ୍ ଶୀଘ୍ର ଖୋଲିବ ରତ୍ନଭଣ୍ତାର ! ୬ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର, ୦୫/୦୭ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ରତ୍ନଭଣ୍ଡାର ଗଣତି କାମ ଅନୁଧ୍ୟାନ ପାଇଁ ପୁରୁଣା ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିକୁ ଭଙ୍ଗ କରାଯାଇଛି। ନୂଆ କମିଟି ଗଠନ ହୋଇଛି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟିରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଅଛନ୍ତି। ଏ ନୂଆ କମିଟି ରତ୍ନଭଣ୍ଡାର ଗଣତି ମଣତି କାମର ଅନୁଧ୍ୟାନ କରିବ। ଆସନ୍ତା ୬ରେ କମିଟିର ବୈଠକ ବସି ରଥଯାତ୍ରା ପରେ କେବେ ରତ୍ନଭଣ୍ଡାର ଖୋଲାଯିବ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। 

ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୬ରେ କମିଟିର ବୈଠକ ବସିବ। ରଥଯାତ୍ରାରେ ମହାପ୍ରଭୁ ବଡ଼ ଦେଉଳରୁ ବାହାରିବା ପରେ କେବେ ରତ୍ନଭଣ୍ଡାର ଖୋଲିବ? କେଉଁ ପ୍ରକ୍ରିୟାରେ ରତ୍ନଭଣ୍ଡାର ଗଣତି କରାଯିବ? ଏଥିରେ କୌଣସି ପେସାଦାରୀ ଏଜେନ୍ସି ନିୟୋଜିତ ହେବ ନା ନାହିଁ ସେ ସଂପର୍କରେ କମିଟି ନିଷ୍ପତ୍ତି ନେବ। ରତ୍ନଭଣ୍ଡାର ଗଣତି ମଣତି ସହ ମରାମତି ନେଇ କମିଟି ଯାହା ସୁପାରିଶ କରିବେ ସରକାର ତାକୁ କାର୍ଯ୍ୟକାରୀ କରିବେ। ରାଜ୍ୟ ସରକାର ରତ୍ନଭଣ୍ଡାର ନେଇ କମିଟି ପୁନର୍ଗଠନ କରିଥିଲା ବେଳେ ଏ କମିଟିରେ ଡ. ସି ବି କେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍‌ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ଗଜପତି ମହାରାଜା ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ଅଛନ୍ତି । ଏହି କମିଟି ହିଁ ରତ୍ନଭଣ୍ଡାର ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । 

ଉଲ୍ଳେଖଯୋଗ୍ୟ, ରତ୍ନଭଣ୍ଡାର ଖୋଲିବା ଓ ଗଣତି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଫେବ୍ରୁଆରୀ ମାସରେ ବିଜେଡି ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ୧୨ ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିର ଏକ ବୈଠକ ଶୁକ୍ରବାର ବସିବାକୁ ଧାର୍ଯ୍ୟ ହୋଇଥିଲା । ଏପରିକି ଏ ବୈଠକରେ ସାମିଲ ହେବାକୁ ଶ୍ରୀ ପଶାୟତ ଓଡ଼ିଶାରେ ପହଞ୍ଚିଥିଲେ । ମାତ୍ର ସେ ପହଞ୍ଚିବାର ମାତ୍ର କେଇ ଘଣ୍ଟା ପରେ ଆଇନ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଲେ, ରାଜ୍ୟ ସରକାର ରତ୍ନଭଣ୍ଡାର କମିଟିର ପୁନର୍ଗଠନ କରିଛନ୍ତି। ରତ୍ନଭଣ୍ଡାରର ନୂଆ କମିଟି ଗଠନ ସଂପର୍କରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସଂପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଆକାଂକ୍ଷା ଲାଗି ରହିଛି। ରତ୍ନଭଣ୍ଡାରରେ କ’ଣ ଅଛି ? କେବେ ଖୋଲିବ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.