ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଶ୍ରୀଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର, କାନ୍‌ଭାସ୍‌ରେ କାଳିଆ ସାଆନ୍ତ

ଭୁବନେଶ୍ୱର, ୦୩/୦୭ : ସମସ୍ତଙ୍କ ହାତରେ ରଙ୍ଗ ଓ ତୂଳୀ । ଜଗା କାଳିଆର ରୂପକୁ କେମିତି କାନ୍‌ଭାସ୍‌ରେ ଉତ୍ତାରିବେ ସେଥିରେ ଲାଗିପଡ଼ିଥାନ୍ତି ଚିତ୍ରଶିଳ୍ପୀ । କିଏ ଜଗାର ପହଣ୍ଡି ବିଜେ ଆଙ୍କିବାରେ ବ୍ୟସ୍ତ ଥିଲେ ତ ଅଉ କିଏ ଭକ୍ତ ବଳରାମ ଦାସଙ୍କର ବାଲି ରଥ ଆଙ୍କିବାରେ । ଶିଳ୍ପୀର ହାତ କେବଳ ଭାବଗ୍ରାହୀଙ୍କୁ ଆଙ୍କୁନଥିଲା, ବରଂ ହୃଦୟ ମଧ୍ୟ ଭାବରେ ମଜ୍ଜି ଯାଇଥିଲା । ଆଉ ଗୁଣୁଗୁଣୁ ହୋଇ ଗାଉଥିଲେ ଠାକୁରଙ୍କ ନାମ । ଯାହା ସୃଷ୍ଟି କରୁଥିଲା ଶ୍ରୀକ୍ଷେତ୍ର ଧାମର ଅନୁଭୂତି । ନଜର ଯୁଆଡ଼େ ଯାଉଥିଲା କେବଳ ଚକାଆଖିକୁ ହିଁ ପାଉଥିଲା । 

ଅବସର ଥିଲା ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ପାନ୍ଥନିବାସ କଳିଙ୍ଗ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ‘ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର । ଏଥିରେ କଳାକାରମାନଙ୍କ କଳାରେ କାଳିଆସାଆନ୍ତଙ୍କୁ ଦେଖିବାକୁ ମିଳିଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଅଂଶ ଗ୍ରହଣ କରି କାନ୍‌ଭାସ୍‌ରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ବନ୍ଧୀୟ ଚିତ୍ରକଳା ଅଙ୍କନ କରୁଛନ୍ତି । ଏଥିରେ ବିଭିନ୍ନ ବର୍ଗର ଶିଳ୍ପୀମାନଙ୍କୁ ଦେଖିବାକୁ ମିଳିଛି । କିଏ ଶିକ୍ଷାର୍ଥୀ ଥିବା ବେଳେ କିଏ ଅବସରପ୍ରାପ୍ତ ଡାକ୍ତର ତ ଆଉ କିଏ ଅଭିନେତା । ଏହି ଚିତ୍ରଶିବିର ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତୁ ଜାଣିବା ସେହି କଳାକାରମାଙ୍କ ମୁହଁରୁ କାଳିଆସାଆନ୍ତଙ୍କ ସମ୍ବନ୍ଧରେ କିଛି କଥା......

ମୁଁ ପ୍ରତିଦିନ ଚକାଆଖିକୁ ଭେଟିଥାଏ

ଶଶିକାନ୍ତ ସାହୁ । ଘର ପୁରୀ  । ବୟସ ୫୫ । ୩୫ ବର୍ଷ ହେବ କାଳିଆକୁ ଆଙ୍କୁଛନ୍ତି । ପେସାରେ ସେ ଚିତ୍ରକାର ଓ ମୂର୍ତ୍ତିକାର । ଜୀବନକାଳ ମଧ୍ୟରେ ସେ କେବଳ ମହାବାହୁଙ୍କୁ ହିଁ ଆଙ୍କିଛନ୍ତି । ସେ କୁହନ୍ତି, ଶେଜରୁ ଉଠିଲା ପରେ ନିତ୍ୟକର୍ମ ଶେଷକରି ଲୋକମାନେ ଯେମିତି ଅଫିସ୍‌ ଯାଆନ୍ତି ମୁଁ ସେମିତି କାଳିଆ ସାଆନ୍ତଙ୍କୁ ଆଙ୍କିବାକୁ ବସିଯାଏ । ମୋର ପ୍ରତିଦିନ ଭେଟ ହୁଏ ଚକାଆଖି ସହିତ । ଯାହାର ଅନୁଭୂତି ଶବ୍ଦରେ କହିବା ସମ୍ଭବ ନୁହେଁ । 

ଆଙ୍କିବାର ସୁଯୋଗ ମିଳିଲେ ମନା କରିବୁନି

ଚିନ୍ତାମଣି ବିଶ୍ୱାଳ । ବୟସ ୪୨ । ଜନ୍ମ ସ୍ଥାନ ଭଦ୍ରକ ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଛନ୍ତି । ପେସାରେ ଅଭିନେତା । ଅନେକଗୁଡ଼ିଏ ଓଡ଼ିଆ ଧାରାବାହିକରେ ସେ ନିଜ ଅଭିନୟକୁ ପ୍ରଦର୍ଶିତ କରିଛନ୍ତି । ଅଭିନେତା ସହିତ ସେ ଜଣେ ଖୁବ୍‌ ସୁନ୍ଦର ଚିତ୍ରଶିଳ୍ପୀ ମଧ୍ୟ । ଶିବିରରେ ସେ ରାମଙ୍କ ଅବତାରରେ ଜଗନ୍ନାଥଙ୍କୁ ଉପସ୍ଥାପନ କରୁଛନ୍ତି । ସେ କୁହନ୍ତି, ମୁଁ ଜଣେ କଳାକାର ଘରେ ଜନ୍ମ । ବାପା ପ୍ରତିଦିନ ମୂର୍ତ୍ତି ଗଢନ୍ତି । ବାପା କୁହନ୍ତି ମୁଁ ଯେତେବେଳେ ଛୋଟ ହୋଇଥିଲି ଥରେ ବାପା ମୂର୍ତ୍ତିସବୁକୁ ଗଢ଼ି ବାହାରକୁ ଯାଇଥିଲେ । ବାପା ଘରକୁ ଫେରିବାବେଳକୁ ମୁଁ ସେସବୁରେ ଖୁବ୍‌ ସୁନ୍ଦର ରଙ୍ଗ ଦେଇ ସାରିଥିଲି । ସେବେଠାରୁ ବାପା କହିଥିଲେ କେବେ ଯଦି ତୋତେ ଜଗନ୍ନାଥଙ୍କୁ ଆଙ୍କିବାର ସୁଯୋଗ ମିଳେ ମନା କରିବୁନି । 

ଭକ୍ତି ଓ ଭାବରେ ଧରା ଦିଅନ୍ତି ଭଗବାନ

ଡ. ଦୀନବନ୍ଧୁ ସାହୁ । ଘର ଭବାନୀପାଟଣା । ପେସାରେ ଡାକ୍ତର । ବୟସ ୫୫ । ସେ ଏହି ଚିତ୍ରକଳା ଶିବିରରେ ଭକ୍ତର ଭକ୍ତିକୁ କାନ୍‌ଭାସ୍‌ରେ ଉତ୍ତାରିଛନ୍ତି । ସେ କୁହନ୍ତି, କାଳିଆ ହେଉଛନ୍ତି ଭାବର ଠାକୁର । ଭକ୍ତି ଓ ଭାବରେ ହିଁ ଧରାଦିଅନ୍ତି  । ସେଥିପାଇଁ ସେହି ଭକ୍ତପ୍ରିୟ ଭଗବାନ ଓ ତାଙ୍କର ଭକ୍ତଙ୍କୁ ଆଙ୍କିବାକୁ ଚେଷ୍ଟା କରିଛି । 

ସବୁ ଭକ୍ତଙ୍କୁ ଏକାଠି ଦେଖିଲେ ଭଗବାନ ଖୁସି

ରାଜକିଶୋର ଦିଣ୍ଡା । ବୟସ ୨୧ । ଘର ବାଲେଶ୍ୱର । ଏହି ପ୍ରତିଯୋଗିତାରେ ସମସ୍ତ କଳାକାରମାନଙ୍କଠାରୁ ସେ ହେଉଛନ୍ତି ବୟସରେ ଛୋଟ । ହେଲେ ଅନୁଭୂତି ଅନେକ । ପିଲାବେଳୁ ସେ ଚିତ୍ର ଆଙ୍କି ଆସୁଛନ୍ତି । ଚଳିତ ଶିବିରରେ ମହାପ୍ରଭୁ କିପରି ନିଜଭକ୍ତମାନଙ୍କ ଦ୍ୱାରା ଟଣା ହେଉଥିବା ରଥଯାତ୍ରାକୁ ଦେଖି ଖୁସି ହୁଅନ୍ତି ସେ ସମ୍ବନ୍ଧରେ ସେ ନିଜର ଚିତ୍ରରେ ଉପସ୍ଥାପନ କରିଛନ୍ତି । ସେ କୁହନ୍ତି, କେମିତି ଭକ୍ତପ୍ରିୟ ଭଗବାନ ସବୁ ଭକ୍ତଙ୍କୁ ଦେଖିଲେ ଆନନ୍ଦିତ ହୁଅନ୍ତି ତା’ର ଏକ ପ୍ରତିଛବି ଆଙ୍କିବା ପାଇଁ ମୁଁ ଚେଷ୍ଟା କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.