ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର, ବାଲିଗାଡି ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଲେ

ନୟାଗଡ଼, ୦୩/୦୭ : ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ। ବାଲିଗାଡି ଛାଡିବା ପାଇଁ ଦଲାଲ୍ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଧରାପଡିଛନ୍ତି। ଏହା ସହ ଦଲାଲ୍ ମୋହରି ପ୍ରସନ୍ନ ସାହୁଙ୍କୁ ମଧ୍ୟ ଗିରଫ କରିଛି ନୟାଗଡ ଭିଜିଲାନ୍ସ। ଏହାପରେ ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ଵର ଘରେ ଚଢାଉ କରିଛି। ତାଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା ଜବତ ହୋଇଛି।

ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇ କରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ। କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡି ମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡି ମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା। ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ଵର କଳିଙ୍ଗବିହାର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି। ଚଢାଉରେ ନୟାଗଡ ଏବଂ ଭୁବନେଶ୍ଵର ଭିଜିଲାନ୍ସ ଟିମ୍ ସାମିଲ୍ ଅଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.