ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଇଗ୍ନୋର ନାମଲେଖା ଅବଧି ଜୁଲାଇ ୧୫କୁ ବୃଦ୍ଧି

ବାରିପଦା, ୦୩/୦୭ : ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ନାମଲେଖା ଅବଧି ଆସନ୍ତା ୧୫କୁ ବୃଦ୍ଧି ପାଇଛି। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଶିକ୍ଷା ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ ବା ବ୍ୟକ୍ତିବିଶେଷ ସମସ୍ତ ବିଭାଗରେ ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍‌, ପିଜି ଡିପ୍ଲୋମା ଏବଂ ସାର୍ଟିଫିକେଟ ପ୍ରୋଗ୍ରାମ୍‌ରେ ନାମଲେଖାଇ ପାରିବେ । 

ସୂଚନାଥାଉକି, ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ ପ୍ରୋଗ୍ରାମ ଯଥା କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ନାମଲେଖା ଦେୟ ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ରିହାତିର ସୁବିଧା ପାଉଥିବେ ତାଙ୍କ ପାଇଁ ଇଗ୍ନୋର ରିହାତି ଉପଲବ୍ଧ ହୋଇପାରିବନାହିଁ । ଇଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବ୍‌ସାଇଟ୍‌ www. ignou.ac.in ଏବଂ ignouadmission. samarth.edu.in କୁ ଅନୁସରଣ କରିପାରିବେ । ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ସହ ମଧ୍ୟ ଯୋଗାଯୋଗ କରି ମଧ୍ୟ ସବିଶେଷ ତଥ୍ୟ ବୁଝିପାରିବେ । 

ଭୁବନେଶ୍ୱର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ଇ-ମେଲ ଆଇଡି [email protected] ଏବଂ ୦୬୭୪- ୨୯୭୧୦୭୧ କିମ୍ବା ୦୬୭୪- ୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରିବାକୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ. ସୁରେଶ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.