ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

କଲର ଲ୍ୟାବ ଦୋକାନରେ ଅଗ୍ନିକାଣ୍ଡ, ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମେସିନ ଜଳିପୋଡ଼ି ପାଉଁଶ

ଖଣ୍ଡପଡ଼ା, ୫/୭ : କଲର ଲ୍ୟାବ ଦୋକାନରେ ଅଗ୍ନିକାଣ୍ଡ। ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମେସିନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖଣ୍ଡପଡ଼ା ବ୍ଲକ ଅଧିକ ଖଳିସାହି ଗ୍ରାମରେ ଏଭଳି ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ, ଖଣ୍ଡପଡ଼ା ବ୍ଲକ ଅଧୀନ କିଆଝର ଗ୍ରାମ ଉପର ସାହିର ଜ୍ୟୋତିରଞ୍ଜନ ସାହୁ ଖଳିସାହି ଗ୍ରାମର ଦୁର୍ଗା ବଜାର ଛକରେ ଏକ କଲର ଲ୍ୟାବ ଓ ଫ୍ଲେକ୍ସ ପ୍ରିଣ୍ଟ ଦୋକାନ ଦେଇଥିଲେ। ସବୁଦିନ ପରି ଗତକାଲି ରାତିରେ କାମ ସାରି ଘରକୁ ଯାଇଥିଲେ। ଦୋକାନରେ କାମ କରୁଥିବା ଜନୈକ କର୍ମଚାରୀ ଚିତ୍ତରଞ୍ଜନ ମାଝି ଦୋକାନରେ ଶୋଇଥିଲେ। ଚିତ୍ତ ଆଜି ସକାଳୁ ଦୋକାନ ବନ୍ଦ କରି ପଡୋଶୀ ଦୋକାନୀଙ୍କୁ ଚାବି ଦେଇ କୌଣସି କାର୍ଯ୍ୟରେ ଖଣ୍ଡପଡ଼ା ଯାଇଥିଲେ। ତେବେ ସକାଳ ୮ ଟା ସମୟରେ ବନ୍ଦ ଅବସ୍ଥାରେ ଥିବା ଦୋକାନ ଗୃହରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପାଟି କରିବାରୁ ପଡୋଶୀ ଦୋକାନୀ ଆସି ସଟର ଖୋଲିଥିଲେ। ସେତେବେଳକୁ ଦୋକାନ ମଧ୍ୟରେ ଥିବା ଏକ ଜେରକ୍ସ ମେସିନ ହୁତୁହୁତୁ ହୋଇ ଜଳୁଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ପରେ ବାଧ୍ୟ ହୋଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। 

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଦୋକାନ ମଧ୍ୟରେ ଥିବା ମୂଲ୍ୟବାନ ଯନ୍ତ୍ରାଂଶ ଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଦୋକାନ ମଧ୍ୟରେ ଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଏକ ଫ୍ଲେକ୍ସ ପ୍ରସ୍ତୁତ ମେସିନ, କଲର ଜେରକ୍ସ ମେସିନ, ୩ଟି ଦମି ପ୍ରିଣ୍ଟର, ୩ଟି କମ୍ପ୍ୟୁଟର, ୩ କିଲୋ ୱାଟର ବ୍ୟାଟେରୀ ଆଦି ସମ୍ପୂର୍ଣ୍ଣ ଜଳି ଯାଇଛି। ସମୁଦାୟ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ୪୦ ଲକ୍ଷ୍ୟରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.