ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ

ପୁରୀ, ୦୩/୦୭ : ୧୧ ଦିନର ନିରବିଛିନ୍ନ ତଥା ନିଷ୍ଠାପର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ଫୁଲରି ତେଲ ଏବଂ ଓଷୁଅ ଲାଗି ପରେ ମଙ୍ଗଳବାର ଖଳି ଲାଗି ଏକାଦଶୀ ଅବସରରେ ଠାକୁରେ ପୂର୍ବାବସ୍ଥାକୁ ଫେରିଛନ୍ତି । ଦଶମୂଳ ମହୌଷଧି ଅର୍ପଣ ପରେ ଶ୍ରୀବିଗ୍ରହ ପୂରା ସୁସ୍ଥ ହୋଇଛନ୍ତି । ପୁନଃ ଆଗଭଳି କୋଳାହଳମୟ ହୋଇଛି ବଡ଼ଦେଉଳ । ଶୁକ୍ଳବସ୍ତ୍ର ପରିତ୍ୟାଗ କରି ଠାକୁରେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି । ଶ୍ରୀବିଗ୍ରହ ଓ ଦଶଠାକୁରଙ୍କଠାରେ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଛି । ଚନ୍ଦନ ସର୍ବାଙ୍ଗ ସମୟରେ ଘଣ୍ଟ ସହ ବାଜିଛି ବିଜେ କାହାଳୀ । ବାରଲାଗି ସଜ ପରିଧାନ କରିଛନ୍ତି ଠାକୁରେ । ଅନବସରରେ ପ୍ରଥମ ଥର ତୁଳସୀ ଲାଗି ହୋଇଛନ୍ତି । ଏଥିସହ ଚନ୍ଦ୍ରିକା, ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁବାସିତ ପୁଷ୍ପାଦିରେ ବିଭୂଷିତ ହୋଇଛନ୍ତି ଶ୍ରୀବିଗ୍ରହ । 

ଅଣସର ସମୟରେ ଠାକୁରେ ଅସୁସ୍ଥ ଥାଆନ୍ତି । ଏଣୁ ଶ୍ରୀମନ୍ଦିରରେ ଉଚ୍ଚ ଶଦ୍ଦ ମନା ଥାଏ । ମଙ୍ଗଳବାର ଚନ୍ଦନଲାଗି ସର୍ବାଙ୍ଗ ସମୟରେ ପ୍ରଥମ କରି ଘଣ୍ଟ ବାଜିଛି । ପୁଣି ବାଜିଛି ବିଜେ କାହାଳୀ । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଖଳି ଲାଗି ସହ ଦଶବତାର ଦିଅଁ ଓ ଶ୍ରୀବିଗ୍ରହଙ୍କ ଏକତ୍ର ସର୍ବାଙ୍ଗ ବଢ଼ିଥିଲା । ଚନ୍ଦନ, କର୍ପୂର, କସ୍ତୁରୀ ଓ କେଶର ଆଦି ସୁଗନ୍ଧିତ ଦ୍ରବ୍ୟକୁ ମିଶାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଗଲା । ପତିମହାପାତ୍ରେ ଚନ୍ଦନ ସଂସ୍କାର କରିବାରେ ପ୍ରଚଳିତ ବିଧି ଅନୁଯାଇ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଲାଗି ହେଲା । 

ଅନବସରରେ ତୁଳସୀ ଲାଗି ବାରଣ ଥିଲା । ଠାକୁରଙ୍କୁ କେବଳ ଶୁଭ୍ର ବସ୍ତ୍ର ଓ ଶୁଭ୍ର ପୁଷ୍ପ ଲାଗି ହେଉଥିଲା । ବଡ଼ସିଂହାର ବେଶ ଭଳି ଶ୍ରୀବିଗ୍ରହମାନେ ପ୍ରଥମକରି ଅପୂର୍ବ ବେଶରେ ଉଭା ହୋଇଥିଲେ । ଏହାପରେ ଠାକୁରଙ୍କୁ ରାଜପ୍ରସାଦ ଭୋଗ ଲାଗି କରାଗଲା । ଏଥିରେ ସ୍ୱତନ୍ତ୍ର ଶୈଳୀରେ ତିଆରି ଖଇ ସହ ଖୁଆ, ସର, ଛେନା, ଆମ୍ବ, କଦଳୀ ଆଦି ବହୁ ପ୍ରକାର ଫଳମୂଳ ଠାକୁରଙ୍କୁ ଅର୍ପଣ କରାଯାଇଛି । ଦଶମୀ ତିଥିରେ ରାଜବୈଦ୍ୟମାନେ ଦେଇଥିବା ଦଶମୂଳ ମହୌଷଧି ଭୋଗ ସହିତ ଠାକୁରଙ୍କୁ ଅର୍ପଣ କରାଯାଇଥିଲା । ଏହାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ଦ୍ୱାଦଶୀରେ ଏହି ଶୁଭ ଖବର ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚାଯିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.