ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ସୁଶାନ୍ତ ଧଳସାମନ୍ତଙ୍କୁ ଭୁବନେଶ୍ୱର ରେଫର, ବଲାଙ୍ଗିର ଜେଲରୁ ଚିକିତ୍ସା ପାଇଁ ଅଣାଗଲା

ବଲାଙ୍ଗିର,୦୧/୦୭: ବଲାଙ୍ଗିର ଜେଲ୍‌ରେ ଥିବା ଡି-ବ୍ରଦର୍ସ ଗ୍ୟାଙ୍ଗର ସୁଶାନ୍ତ ଧଳସାମନ୍ତ ଆଖିକୁ ଭଲ ଭାବେ ଦେଖାଯାଉନାହିଁ । ବାମ ଆଖିର ଚିକିତ୍ସା ପାଇଁ ସୁଶାନ୍ତକୁ ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ରେଫର କରାଯାଇଛି । ଗତ ୬ମାସ ହେଲା ସେ ବଲାଙ୍ଗିର ଜେଲ୍‌ ଓ ବିବିଏମସିଏଚରେ ଆଖି  ଚିକିତ୍ସା କରାଉଥିଲା । ପୂର୍ବାହ୍ନରେ ହଠାତ ସୁଶାନ୍ତର  ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଯାଇଥିଲା । ଜେଲ୍‌ କର୍ତ୍ତୃପକ୍ଷ  ତୁରନ୍ତ ବିବିଏମସିଏଚ୍‌ ଚକ୍ଷୁ ବିଭାଗକୁ ନେଇ  ଯାଞ୍ଚ କରାଇଥିଲେ । ଉଚ୍ଚତର ଚିକିତ୍ସା ଆବଶ୍ୟକ  ବୋଲି ଡାକ୍ତର ପରାମର୍ଶ ଦେବାପରେ କଡ଼ା ସୁରକ୍ଷା  ବଳୟରେ ସୁଶାନ୍ତକୁ ଭୁବନେଶ୍ୱର ନିଆଯାଇଥିବା  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚରେ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିବା ସୁଶାନ୍ତକୁ ସୁରକ୍ଷାଗତ କାରଣରୁ ବଲାଙ୍ଗିର ଜିଲ୍ଲା କାରାଗାରକୁ ଅଣାଯାଇଥିଲା । ସୁଶାନ୍ତ ଝାରପଡ଼ା ଜେଲ୍‌ରେ ଥାଇ ବାହାରର ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରୁଥିବା ନେଇ ଅଭିଯୋଗ ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.